ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଶ୍ଚିମବଙ୍ଗ ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ ରିଲିଫ୍ ସାମଗ୍ରୀ ଚୋରି ମାମଲା

କୋଲକତା: ପଶ୍ଚିମବଙ୍ଗ ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ ରିଲିଫ୍ ସାମଗ୍ରୀ ଚୋରି ଅଭିଯୋଗରେ ମାମଲା ରୁଜ୍ଜୁ କରିଛି ପୋଲିସ। କାଣ୍ଠି ନଗର ପାଳିକାରୁ ଦୁଇ ଭାଇ ରିଲିଫ୍ ସାମଗ୍ରୀ ଚୋରି କରିଥିବା ଅଭିଯୋଗ ହୋଇଛି । ନଗରପାଳିକାର ପ୍ରଶାସନିକ ବୋର୍ଡ୍ ସଦସ୍ୟ ରତ୍ନଦୀପ ମନ୍ନାଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି ଏତଲା ଦାଏର କରିଛି । ଶୁଭେନ୍ଦୁ ରିଲିଫ ସାମଗ୍ରୀ ଚୋରି କରିବା କାମରେ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସାହାଯ୍ୟ ନେଇଥିବା ମଧ୍ୟ ଅଭିଯୋଗ ହେଉଛି ।

ଏତଲାର ଅଭିଯୋଗ ଅନୁସାରେ ମେ ୨୯ ତାରିଖ ଦିନ ମଧ୍ୟାହ୍ନ ୧୨.୩୦ ବେଳେ ଶୁଭେନ୍ଦୁ,ତାଙ୍କ ଭାଇ ଓ କାଣ୍ଠି ନଗର ପାଳିକାର ପୂର୍ବତନ ଅଧ୍ୟକ୍ଷଙ୍କ ଆଦେଶରେ ଲକ୍ଷାଧିକ ଟଙ୍କାର ସରକାରୀ ତାରପୁଲିନ୍ ଚୋରି ହୋଇଥିଲା । ତାଲା ଭାଙ୍ଗି ଅଧିକାରୀ ଭାଇ ଏହି ଚୋରି କରିଥିଲେ ବୋଲି ଏତଲାରେ ରତ୍ନଦୀପ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୨୦ ନଭେମ୍ବର ପର୍ଯ୍ୟନ୍ତ ଶୁଭେନ୍ଦୁ ମମତାଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିଲେ । ତେବେ ମତଭେଦ କାରଣରୁ ସେ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ । ନନ୍ଦିଗ୍ରାମ ବିଧାନସଭା ଆସନରୁ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିଲେ । ନବ ଗଠିତ ବିଧାନସଭାରେ ସେ ବିରୋଧୀ ଦଳ ନେତା ଅଛନ୍ତି ।

Leave A Reply

Your email address will not be published.