ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟଙ୍କା ହେରଫେର ଅଭିଯୋଗରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କ ନାଁରେ ଏତଲା

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କ ନାଁରେ ଥାନାରେ ଏତଲା । ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ସଞ୍ଜୀବ ମିତ୍ତଲଙ୍କ ନାଁରେ ଧନୁପାଲି ଥାନାରେ ଏତଲା ଦେଇଛି ସମ୍ବଲପୁର ବାର୍ ଆସୋସିଏସନ । ସମ୍ବଲପୁର ଲଜପତ ରାୟ ଲ କଲେଜର ପାଣ୍ଠିକୁ ଚଂଚକତା କରି ବିଶ୍ୱବିଦ୍ୟାଳୟ ପାଣ୍ଠିକୁ ଟ୍ରାନ୍ସଫର କରିଥିବା ଅଭିଯୋଗରେ ଏତଲା ଦେଇଛି ସଂଘ । ମିତ୍ତଲ ୬୨ ଲକ୍ଷ ୬୭ ହଜାର ଟଙ୍କା ଚଞ୍ଚକତା କରିଥିବା କହିଛି ସଂଘ ।

ସେଲ୍ଫ ଫାଇନନ୍ସି ଅର୍ଥ, କସନ ମନି ପରି କଲେଜରେ ଜମାଥିବା ୬୨ ଲକ୍ଷ ୬୭ ହଜାର ଟଙ୍କାକୁ ଟ୍ରାନ୍ସଫର କରିଥିବା ଅଭିଯୋଗ । ଏହା ସହ କଲେଜରେ ପୂର୍ବରୁ ଅବସ୍ଥାପିତ ଥିବି ଅଧ୍ୟକ୍ଷଙ୍କୁ ବାହାର କରି ଜଣେ ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଦାୟିତ୍ୱ ଦେଇ ସେ ଏହି କାର୍ଯ୍ୟ କରିଥିବାନେଇ ଧନୁପାଲି ଥାନାରେ ଏତଲା ହୋଇଛି ।

ପ୍ରଫେସର ମିତ୍ତଲ ବିବାଦରେ ଫସିବା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ୨୦୨୧ ଏପ୍ରିଲ ୨୧ ତାରିଖରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ସମେତ ଅନ୍ୟ ଦୁଇ ଜଣ ଅଧିକାରୀଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ବାପାଙ୍କ ମୃତ୍ୟୁ ପାଇଁ ଭିସି ଦାୟୀ ବୋଲି ଅଭିଯୋଗ କରି ବୁର୍ଲା ଥାନାରେ ଏତଲା ଦେଇଥିଲେ ଦୀନବନ୍ଧୁଙ୍କ ପୁଅ ଅଭିଷେକ ।

Leave A Reply

Your email address will not be published.