ମହଙ୍ଗା ପଡିଲା ବିଡିଓଙ୍କୁ ଦୁର୍ବ୍ୟବହାର, ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ନାମରେ ଥାନାରେ ଏତଲା

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକଠାରେ ଧାରଣାରତ ଜିଲ୍ଲାପରିଷଦଙ୍କୁ ସମର୍ଥନ ଜଣାଇ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ। କିଛିଦିନ ତଳେ ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂଦେଓ ବେଲପଡା ବିଡିଓ ଭିକ୍ଟର ସୋରେନଙ୍କୁ ଆଶାଳିନ ବ୍ୟବହାର କରିବା ସହ ଅପମାନ ଦେଇଥିବା ଦେଖିବାକୁ ମିଳିଥିଲା। ଏହାକୁନେଇ ଜିଲ୍ଲାରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଜଣେ ବରିଷ୍ଠ ବିଜେପି ନେତା ହୋଇ ସର୍ବସାଧାରଣରେ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ପିଅନ ଚାକର ବୋଲି କହିବା ଘଟଣାକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବିରୋଧ କରିଛି।

ଏନେଇ ବେଲପଡା ଥାନାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଉପଦେଷ୍ଟା ପୁରନ୍ଦର ଛତ୍ରିଆ ଲିଖିତଭାବେ ଥାନାରେ ଅଭିଯୋଗ କରିଛନ୍ତି। ଆଦିବାସୀ ସମାଜର ମାନ ମର୍ଯ୍ୟାଦା ଇଜ୍ଜତ ମହତକୁ ହାନୀ ହୋଇଥିବାରୁ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ନାମରେ ମାମଲା ରୁଜୁ କରି ଏସସି ଏସଟି ଆଟ୍ରୋସିଟି ଆଇନ-୧୯୮୯ ରେ ଗିରଫ କରିବାକୁ ଦାବୀ କରିଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ। ଅଭିଯୋଗ ପାଇବା ପରେ ବେଲପଡା ପୁଲିସ ତଦନ୍ତ ଆରମ୍ଭ କରିଛି।

Leave a comment