ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଧାନସଭାରେ ଉପସ୍ଥାପିତ ହେଲା ସିଏଜିଙ୍କ ୨୦୨୧-୨୨ର ଆର୍ଥିକ ରିପୋର୍ଟ

ଭୁବନେଶ୍ବର : ଗୃହରେ ଉପସ୍ଥାପିତ ହୋଇଛି ସିଏଜିଙ୍କ ୨୦୨୧-୨୨ର ଆର୍ଥିକ ରିପୋର୍ଟ। ୨୦୨୧-୨୨ର ଆର୍ଥିକ ବର୍ଷରେ ଖଣିଜ କ୍ଷେତ୍ରରୁ ସର୍ବାଧିକ ୪୯୮୫୯କୋଟି ମିଳିଥିବା ବେଳେ ଜିଏସଟିରୁ ୨୭୮୨୬ କୋଟି ମିଳିଛି। ଏଥି ସହିତ ରାଜସ୍ବ ଖର୍ଚ୍ଚ ବଢ଼ିଛି ବୋଲି ସିଏଜିଙ୍କ ରିପୋର୍ଟରେ ଉଲ୍ଲେଖ କରାଯାଇଛି।ରାଜସ୍ବ ଖର୍ଚ୍ଚ ୯୫,୩୧୧କୋଟିରୁ ୧ଲକ୍ଷ ୯ହଜାର ୫୮୬କୋଟିକୁ ବଢ଼ିଛି।

ସିଏଜିଙ୍କ ୨୦୨୧-୨୨ର ଆର୍ଥିକ ରିପୋର୍ଟ ଅନୁସାରେ ୨୦୨୦-୨୧ରେ ୯୦୭୬କୋଟି ଟଙ୍କାର ରାଜସ୍ବ ବଳକା ଥିବାବେଳେ ଗତବର୍ଷ ଏହା ୪୩,୪୭୨ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ସରକାରଙ୍କ ଉପରେ ୭୨୪୮୫କୋଟି ଋଣ ରହିଥିଲା। ସେଥିମଧ୍ୟରୁ କେନ୍ଦ୍ର ସରକାରଙ୍କ ୧୮୫୦୮କୋଟି ଟଙ୍କା ରହିଥିଲା। ସମୁଦାୟ ଋଣ ୧୨୦୧୪୦କୋଟି ଟଙ୍କା ମାର୍ଚ୍ଚ ସୁଦ୍ଧା ରହିଥିଲା। ସରକାର ଗତବର୍ଷ ୧୯୫୭୨୩କୋଟି ଟଙ୍କା ଖର୍ଚ୍ଚ କରିବାପାଇଁ ଲକ୍ଷ୍ୟ ରଖିଥିବା ବେଳେ ୧୫୮୦୧୭କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ୩୭୭୦୬କୋଟି ଟଙ୍କା ସଞ୍ଜୟ କରିଥିଲେ। ଉକ୍ତ ବର୍ଷ ୩୨୭୦୧କୋଟି ଟଙ୍କା ନିବେଶ କରିଥିବା ସିଏଜି ରିପୋର୍ଟରୁ ଜଣାପଡିଛି ।

Leave A Reply

Your email address will not be published.