ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହଙ୍ଗା ମାଡ଼ରେ ଦୁନିଆ ବେହାଲ; ବଢୁଛି ଭାରତୀୟଙ୍କ ପକେଟ୍‌ ବୋଝ

ନୂଆଦିଲ୍ଲୀ: ସାରା ବିଶ୍ବ ଏବେ ମହଙ୍ଗା ମାଡ଼ ଭୋଗୁଛି। ଏଥିଯୋଗୁଁ ଅନେକ ଦେଶର ଅର୍ଥବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ଭାରତ ମଧ୍ୟ ଏଥିରୁ ବାଦ ପଡିନାହିଁ। ଭାରତରେ ମୁଦ୍ରାସ୍ପୀତି ୧୭ ମାସର ଉଚ୍ଚସ୍ତରରେ ପହଞ୍ଚିଛି। ଏଥିପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ପାଇଛି। ଲୋକଙ୍କ ହାଣ୍ଡିଶାଳ ଉପରେ ଏହା ସର୍ବାଧିକ ପ୍ରଭାବ ପକାଇଛି। ଆୟ ବଢୁ ନଥିବା ବେଳେ ମୁଦ୍ରାସ୍ପୀତି ଯୋଗୁଁ ଲୋକଙ୍କ ବ୍ୟୟ ଭାର ବୃଦ୍ଧି ପାଇଚାଲିଛି। ଭାରତ ବ୍ୟତୀତ ବହୁ ରାଷ୍ଟ୍ର ମଧ୍ୟ ମହଙ୍ଗା ମାଡ଼ର ଶିକାର ହୋଇଛନ୍ତି। ୨୦୨୨ର ପ୍ରଥମ ତୈମାସିକ ଅନେକ ଦେଶ ପାଇଁ ବହୁତ ଖରାପ ସାବ୍ୟସ୍ତ ହୋଇଛି। ଗତ ବର୍ଷ ମୁଦ୍ରାସ୍ପୀତିର ସାମାନ୍ୟ ପ୍ରଭାବ ପଡିଥିଲା। କିନ୍ତୁ ଚଳିତ ବର୍ଷ ଭୂ-ରାଜନୈତିକ ସ୍ଥିତିରେ ଦ୍ରୁତ ପରିବର୍ତ୍ତନ ଯୋଗୁଁ ଭାରତ, ଆମେରିକା, ବ୍ରିଟେନ ଏବଂ ଜର୍ମାନୀ ସହିତ ଅନେକ ରାଷ୍ଟ୍ରକୁ ମୁଦ୍ରାସ୍ପୀତିର ଜୋରଦାର ଝଟକା ଲାଗିଛି। ବିଶ୍ବରେ ମୁଦ୍ରାସ୍ପୀତି ବୃଦ୍ଧିର ଗତି ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକୁ ଚକିତ କରିଦେଇଛି।

financial crises in world for corona and war

ରିପୋର୍ଟ ଅନୁଯାୟୀ ଅନେକ ଦଶନ୍ଧି ପରେ ପାଶ୍ଚାତ୍ୟ ଦେଶଗୁଡିକ ଏଭଳି ସ୍ଥିତିର ସମ୍ମୁଖୀନ ହେଇଛନ୍ତି। ଗତ କିଛି ତୈମାସିକରେ ଏହା ବଢିବାରେ ଲାଗିଥିଲା। ଏହି ସମୟରେ ତୈଳ ଏବଂ ଧାତୁ ଗୁଡିକର ଦାମ୍‌ ବଢିଥିଲା। ୨୦୨୦ରେ କରୋନା ଆରମ୍ଭ ହେବାପରେ ଦ୍ରବଗୁଡିକର ମୂଲ୍ୟ ବହୁତ କମ ରହିଥିଲା। କିନ୍ତୁ ୨୦୨୧ରେ ଏଥିର ହ୍ରାସ-ବୃଦ୍ଧି ଲାଗି ରହିଥିଲା। ତେବେ ୨୦୨୨ରେ ଆକାଶ ଛୁଆଁ ହୋଇଛି। ୨୦୨୧ରେ କରୋନା କଟକଣା ଯୋଗୁଁ ଯୋଗାଣ ଶୃଙ୍ଖଳ ପ୍ରଭାବିତ ହୋଇଥିଲା। ମୂଲ୍ୟ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଥିଲା। ଏହି ଧାରା ଏ ପର୍ଯ୍ୟନ୍ତ ଜାରି ରହିଛି। କରୋନା ପ୍ରଭାବ କମ୍‌ ହେବା ପରେ ଫେବୃଆରୀରେ ଶେଷରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ୟୁକ୍ରେନ ଆକ୍ରମଣ କରିଥିଲେ। ଯୁଦ୍ଧ ଯୋଗୁଁ ସାରା ବିଶ୍ବର ନିବେଶକଙ୍କ ଉପରେ ନକରାତ୍ମକ ପ୍ରଭାବ ପଡିଥିଲା। ସେୟାର ବଜାର ଧରାଶାୟୀ ହୋଇଥିଲା। ଏହା ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଆକାଶ ଛୁଆଁ ହୋଇଥିଲା। ଯୋଗାଣ ଶୃଙ୍ଖଳ ପ୍ରଭାବିତ ହେବା ଯୋଗୁଁ ଅନ୍ୟ ସାମଗ୍ରୀ ଉପରେ ଏହାର ପ୍ରଭାବ ପଡିଥିଲା। ଆମେରିକା ଏବଂ ଅନ୍ୟ ବିକଶିତ ରାଷ୍ଟ୍ରରେ ମୁଦ୍ରାସ୍ପୀତିର ଆଶ୍ଚର୍ଯ୍ୟଜନକ ପ୍ରଭାବ ପଡିଥିଲା। କରୋନା ଯୋଗୁଁ ଅଚଳ ସମ୍ପତ୍ତିରେ ନିବେଶ ବୃଦ୍ଧି ପାଇଥିଲା। ଏଥିଯୋଗୁଁ ଗୃହ ମୂଲ୍ୟ ବୃଦ୍ଧି ପାଇଥିଲା। ସେହିପରି ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଭାରତ ସମେତ ଅନେକ ଦେଶର ଜନତାଙ୍କ ପକେଟରେ ବୋଝ ବୃଦ୍ଧି ପାଇଥିଲା। ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ୍‌ଠାରୁ ନେଇ ଆଲୁମିନିୟମ, ପାଲାଡିୟମ, ନିକେଲ, ପଟାସ, ଗହମ, ପେଟ୍ରୋଲ-ଡିଜେଲ, ଖାଇବା ତୈଳ ସମେତ ଅନ୍ୟ ଜରୁରୀ ସାମଗ୍ରୀର ମୂଲ୍ୟ ୩୦% ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା।

financial crises in world for corona and war

୨୦୨୨ ମାର୍ଚ୍ଚରେ ଭାରତର ଖୁଚୁରା ମୁଦ୍ରାସ୍ପୀତି ୧୭ ମାସର ସର୍ବୋଚ୍ଚସ୍ତରରେ ପହଞ୍ଚି ଯାଇଥିଲା। ଏହା ୬.୯୫% ହାରରେ ବୃଦ୍ଧି ପାଇଥିଲା। ଏହା ପୂର୍ବରୁ ୨୦୨୦ ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ପୀତି ୭.୬୧% ହାରରେ ବଢିଥିଲା। ଚଳିତ ବର୍ଷ ଫେବୃଆରୀରେ ଏହା ୬.୦୭% ଥିଲା। ମାର୍ଚ୍ଚରେ ଖାଦ୍ୟ ସାମଗ୍ରୀର ଦର ୭.୪୭% ବଢିଥିଲା। ପୋଷାକ ଏବଂ ଜୋତାଚପଲ ଆଦିର ମୂଲ୍ୟ ୯.୪୦%, ବିଜୁଳି ଏବଂ ଇନ୍ଧନ ୭.୫୨% ବୃଦ୍ଧି ପାଇଥିଲା। ବାର୍ଷିକ ଆଧାରରେ ଅନ୍ୟ ସାମଗ୍ରୀର ମୁଦ୍ରାସ୍ପୀତି ୭.୦୨% ଏବଂ ଘର ମୂଲ୍ୟ ୩.୩୮% ହାରରେ ବଢ଼ି ଥିଲା। ଖାଇବା ତେଲର ମୁଦ୍ରାସ୍ପୀତି ୧୮.୭୯% ଏବଂ ପନିପରିବା ୧୧.୬୪% ହାରରେ ବଢିଥିଲା।

ପ୍ରାୟ ୪ ଦଶନ୍ଧି ପରେ ଆମେରିକା ଲୋକେ ସର୍ବାଧିକ ମହଙ୍ଗା ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ମୁଦ୍ରାସ୍ପୀତି ୮.୫%ର ଉଚ୍ଚ ସ୍ତରରେ ପହଞ୍ଚିଛି। ଖାଦ୍ୟ ସାମଗ୍ରୀ ଏବଂ ବିଜୁଳି ମୂଲ୍ୟ ବୃଦ୍ଧିରେ ଲୋକେ ଅତ୍ୟଧିକ ପ୍ରଭାବିତ ହୋଇଛନ୍ତି। ଆମେରିକାରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ୧୦% ଏବଂ ବିଜୁଳି ମୂଲ୍ୟ ୩୨% ବୃଦ୍ଧି ପାଇଛି। ଦେଶର ୩୧% ଲୋକ ମହଙ୍ଗା ମାଡ଼କୁ ନିଜର ପ୍ରମୁଖ ସମସ୍ୟା କହିଛନ୍ତି। ସେହିପରି ବ୍ରିଟେନରେ ମୁଦ୍ରାସ୍ପୀତି ୩୦ ବର୍ଷର ଏବଂ ଜର୍ମାନୀରେ ୪୧ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚି ଯାଇଛି। ମାର୍ଚ୍ଚରେ ସ୍ପେନର ମୁଦ୍ରାସ୍ପୀତି ୯.୮%, ଇଟାଲୀର ୭% ଏବଂ ଫ୍ରାନ୍ସର ୫.୧% ରହିଛି।

Leave A Reply

Your email address will not be published.