ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା : ୨୦୨୨ ନୂତନ ଆର୍ଥିକ ବର୍ଷରେ ଆସିବ ଏଲଆଇସିର ଆଇପିଓ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସକାଳ ୧୧ ଟାରେ ଲୋକସଭାରେ ବଜେଟ୍ ଉପସ୍ଥାପନ କରିବା ଆରମ୍ଭ କରିଛନ୍ତି। ବଜେଟ୍ ଆରମ୍ଭରେ ସେ କହିଛନ୍ତି ଯେ ଚଳିତ ବର୍ଷ ଭାରତର ଆର୍ଥିକ ଅଭିବୃଦ୍ଧି ୯.୨% ବୋଲି ଆକଳନ କରାଯାଇଛି, ଯାହା ପ୍ରମୁଖ ଅର୍ଥନୀତି ମଧ୍ୟରେ ସର୍ବାଧିକ। ପ୍ରଧାନମନ୍ତ୍ରୀ ଗତି ଶକ୍ତି ଯୋଜନା ମାଧ୍ୟମରେ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହିତ କରାଯିବ ବୋଲି ସେ କହିଛନ୍ତି।

ବଜେଟ୍ ଭାଷଣ ସମୟରେ ଅର୍ଥମନ୍ତ୍ରୀ LIC ର IPO ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୨୦୨୨-୨୨ ନୂତନ ଆର୍ଥିକ ବର୍ଷରେ LIC ର IPO ଶୀଘ୍ର ଅଣାଯିବ।  LIC ର IPO ବିଷୟରେ, ଏହା ମାର୍ଚ୍ଚ ଶେଷ ସୁଦ୍ଧା ଆସିପାରେ ବୋଲି ଆଶା କରାଯାଉଥିଲା।  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହି ମନ୍ତବ୍ୟ ଦର୍ଶାଉଛି ଯେ ଚଳିତ ଆର୍ଥିକ ବର୍ଷରେ LIC ଆଇପିଓ ଆଣିବାକୁ କେନ୍ଦ୍ର ସରକାର ପ୍ରତିଶୃତିବଦ୍ଧ । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ ଭାଷଣରେ LIC ଆଇପିଓ ଖୁବଶୀଘ୍ର ଆଣିବାକୁ ଘୋଷଣା କରିବା ସହ ଚଳିତ ଆର୍ଥିକ ବର୍ଷରେ ସରକାର ଆହୁରି ଅନେକ ଆଇପିଓ ଆଣିବେ ବୋଲି କହିଛନ୍ତି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ LIC ଆଇପିଓକୁ ଘୋଷଣା କରିବା ପୂର୍ବରୁ DIPAM ସଚିବ ତୁହିନ୍ କାନ୍ତ ପାଣ୍ଡେ LIC ଆଇପିଓକୁ ନେଇ ସୂଚନା ଦେଇସାରିଛନ୍ତି । ସେ କହିଛନ୍ତି କି ଏହି ଆଇପିଓକୁ ମାର୍ଚ୍ଚ ଶେଷ ସୁଦ୍ଧା କେନ୍ଦ୍ର ସରକାର ଶେୟାର ମାର୍କେଟରେ ଲିଷ୍ଟ କରିବେ । ସରକାର LIC ଆଇପିଓରୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି  ବୋଲି କହିଛନ୍ତି ତୁହିନ୍ କାନ୍ତ ପାଣ୍ଡେ । LIC ଆଇପିଓ ଦେଶର ସବୁଠାରୁ ବଡ଼ ଆଇପିଓ ହେବ । ନିକଟରେ Paytm ୧୮ ହଜାର ୩୦୦ କୋଟିର ଆଇପିଓ ଆଣିଥିଲା । ଯାହା ଭାରତ ଇତିହାସରେ ସବୁଠାରୁ ବଡ଼ ଆଇପିଓ ଥିଲା । ଏହା ପୂର୍ବରୁ କୋଲ ଇଣ୍ଡିଆ ୧୫ ହଜାର କୋଟିର ଆଇପିଓ ଆଣିଥିଲା ।

Leave A Reply

Your email address will not be published.