ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ସଂରକ୍ଷଣ ତାଲିକା

ଭୁବନେଶ୍ୱର : ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ପଞ୍ଚାୟତିରାଜ ବିଭାଗ ତରଫରୁ ମୋଟ ୪୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଚୂଡ଼ାନ୍ତ ସଂରକ୍ଷଣ ତାଲିକାରେ ମହିଳାଙ୍କ ପାଇଁ ୭ଟି ଜିଲ୍ଲା ସଂରକ୍ଷିତ ଥିବା ବେଳେ ୫୦ ପ୍ରତିଶତ ଅର୍ଥାତ ୧୫ଟି ଜିଲ୍ଲାରେ ମହିଳାମାନେ ସଭାପତି ପଦରେ ବସିବେ । ୧୦ଟି ଜିଲ୍ଲାରେ ଅଣସଂରକ୍ଷିତ ରହିଛି ଆସନ । ୭ଟି ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ପାଇଁ ସଂରକ୍ଷିତ ରହିଛି ।

ପୂର୍ବରୁ ସଂରକ୍ଷଣ ତାଲିକାରୁ ପଛୁଆ ଜାତି ସଂରକ୍ଷଣ ହଟିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ପଞ୍ଚାୟତି ରାଜ ବିଭାଗ ପକ୍ଷରୁ ସଂରକ୍ଷଣ ତାଲିକା ବାଦ ଦିଆଯାଉଥିଲା। ଏହାପରେ ପଞ୍ଚାୟତି ନିର୍ବାଚନ ତାଲିକାରୁ ଓବିସି ସଂରକ୍ଷଣ ତାଲିକାକୁ ବାଦ ଦିଆଯାଇଥିଲା । ଜାନୁଆରୀ ୭ ତାରିଖରେ ପଞ୍ଚାୟତ ନିର୍ବାଚନର ଚୂଡାନ୍ତ ତାଲିକା ପ୍ରକାଶ ପାଇଥିବାବେଳେ ଜିଲ୍ଲା ପରିଷଦ ସଭ୍ୟ ଆସନକୁ ନେଇ ମଧ୍ୟ ଚୂଡ଼ାନ୍ତ ନିଷତ୍ତି ପ୍ରକାଶ ପାଇଛି ।

କେନ୍ଦ୍ରାପଡ଼ା, ବୌଦ୍ଧ ଓ ଯାଜପୁରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅନୁସୂଚିତ ଜାତିର ମହିଳାଙ୍କ ପାଇଁ ଥିବା ବେଳେ, କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ାରେ ଅନୁସୂଚିତ ଜନଜାତିର ମହିଳାଙ୍କ ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷିତ ରହିଛି । ଅନୁଗୁଳ, କଟକ, କଳାହାଣ୍ଡି, କେନ୍ଦୁଝର, ଗଜପତି, ଦେବଗଡ଼, ନୟାଗଡ଼, ବରଗଡ଼, ବାଲେଶ୍ବର ଓ ସୋନପୁର ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅଣ ସଂରକ୍ଷିତ ରହିଛି ।

Leave A Reply

Your email address will not be published.