ଏଫ୍‌‌ଆଇଏଚ୍‌‌ ପ୍ରୋ ଲିଗ୍‌‌ : ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୫-୪ ଗୋଲରେ ପରାସ୍ତ କଲା ଭାରତ

ରାଉରକେଲା : ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଖେଳାଯାଉଥିବା ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌‌ଆଇଏଚ୍‌‌) ପ୍ରୋ ଲିଗ୍‌‌ ଭାରତ ଦମ୍‌ଦାର ପଦର୍ଶନ ଜାରି ରଖିଛି। ଉଦଘାଟନୀ ମ୍ୟାଚରେ ବିଶ୍ବବିଜେତା ଜର୍ମାନୀକୁ ୩-୨ ଗୋଲରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିବା ଭାରତ ତାର ଦ୍ବିତୀୟ ମ୍ୟାଚରେ ମଧ୍ୟ ଆଜି ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଆଜି ଭାରତ ଏଫ୍‌‌ଆଇଏଚ୍‌‌ ପ୍ରୋ ଲିଗ୍‌ରେ ନିଜର ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆକୁ ୫-୪ ଗୋଲରେ ହରାଇଛି। ଏହି ବିଜୟ ସହ ଭାରତ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌‌ଆଇଏଚ୍‌‌) ପ୍ରୋ ଲିଗ୍‌‌ର ପଏଣ୍ଟ ଟେବୁଲରେ ଦୃଢ ସ୍ଥିତିରେ ପହଞ୍ଚିଛି।


ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ପ୍ରୋ-ଲିଗ୍ର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ବିଶ୍ବ ବିଜେତା ଜର୍ମାନୀ ବିପକ୍ଷରେ ଚମତ୍କାର ବିଜୟ ହାସଲ କରିଥିଲା । ଜର୍ମାନୀକୁ ୩-୨ ଗୋଲରେ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ଭାରତ ।


ଅନ୍ୟପଟେ ଶୁକ୍ରବାର ଭାରତଠାରୁ ୨-୩ ଗୋଲ୍‌ରେ ହାରିଯାଇଥିବା ବିଶ୍ବ ବିଜେତା ଜର୍ମାନୀ କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି। ଶନିବାରର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଜର୍ମାନୀ ୧-୦ ଗୋଲ୍‌ରେ ବିଜୟୀ ହୋଇଥିଲା। ବିଶ୍ବ ବିଜେତା ଜର୍ମାନୀ ଓ ବିଶ୍ବ ରୢାଙ୍କିଂର ଚତୁର୍ଥ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ମ୍ୟାଚ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉତ୍କଣ୍ଠାପୂର୍ଣ୍ଣ ରହିଥିଲା। ଉଭୟ ଦଳର ରକ୍ଷଣଭାଗ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ୪ଟି ପେନାଲ୍‌ଟି ସଟ୍‌କୁ ସଫଳତାର ସହ ରୋକିଥିବା ଜର୍ମାନୀର ଗୋଲ୍‌ ରକ୍ଷକ ଜିନ୍‌ ପଲ୍‌ ଡେନ୍‌ବର୍ଗ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

Leave a comment