ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆନ୍ତର୍ଜାତିକ ହକି ମହାସଂଘ ସଭାପତି ତୟାବ ଇକ୍ରାମ

ଭୁବନେଶ୍ୱର : ହକି ବିଶ୍ୱକପ ଅବସରରେ ଓଡ଼ିଶା ଆସିଥିବା ଆନ୍ତର୍ଜାତିକ ହକି ମହାସଂଘ ଏଫ୍ଆ‌ଇଏଚ୍‌ ସଭାପତି ତାୟାବ ଇକ୍ରାମ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ସଫଳତାର ସହ ବିଶ୍ୱକପ ହକି ଆୟୋଜନ କରିଥିବାରୁ ଓଡିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି ଏଫ୍ଆ‌ଇଏଚ୍‌ ସଭାପତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଏଫ୍ଆ‌ଇଏଚ୍‌ ସଭାପତିଙ୍କ ମଧ୍ୟରେ ହକିର ଆହୁରି ବିକାଶ ପ୍ରସଙ୍ଗରେ ଫଳପ୍ରଦ ଆଲୋଚନା ହୋଇଛି । ଏହି ସାକ୍ଷାତ ଆଲୋଚନା ବେଳେ ୫-ଟି ସଚିବ ଭି.କେ ପାଣ୍ଡିଆନ, କ୍ରୀଡା ସଚିବ ଭିନିଲ କ୍ରିଷ୍ଣା  ଉପସ୍ଥିତ ଥିଲେ ।

 

ସୂଚନାଯୋଗ୍ୟ ବେଶ କିଛି ବର୍ଷ ଉପେକ୍ଷିତ ଓ ଅବହେଳିତ ଅବସ୍ଥାରେ ରହିବା ପରେ ହକି ପ୍ରତି ଭାରତରେ ପୁଣି ଉତ୍ସାହ ବଢିବାରେ ଲାଗିଛି । ଭାରତୀୟ ହକି ଏକ ନୂଆ ଯୁଗ ଦେଇ ଗତି କରୁଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଉ ହକି ପ୍ରତି ଏହି ନବ ଉତ୍ସାହର ଶ୍ରେୟ ନିଶ୍ଚିତ ଭାବେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯିବ। ପ୍ରତିଭା ଅନ୍ୱେଷଣ, ତୃଣମୂଳ ସ୍ତରରେ ହକିର ପ୍ରସାର ଓ ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ, ଉନ୍ନତ ପ୍ରଶିକ୍ଷଣ ସହ ଜାତୀୟ ଓ ଆନ୍ତର୍ଜାତିକ ହକି ପ୍ରତିଯୋଗିତା ଆୟୋଜନ କ୍ଷେତ୍ରରେ ବର୍ତ୍ତମାନ ଉଦାହରଣ ପାଲଟିଛି ଓଡିଶା ।

ହକି ପ୍ରତି ପୂର୍ବାପେକ୍ଷା ଆଗ୍ରହ ବଢିଛି । କଳିଙ୍ଗ ହକି ଷ୍ଟାଡିୟମ ବିଶ୍ୱର ଶ୍ରେଷ୍ଠ ହକି ଷ୍ଟାଡିୟମ ମଧ୍ୟରେ ପରିଗଣିତ ହେଉଥିବା ବେଳେ ରାଉରକେଲାରେ ନିର୍ମାଣ ହୋଇଥିବା ଅତ୍ୟାଧୁନିକ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ , ଯାହା କି ଓଡିଶା ହକି ପାଇଁ ସୃଷ୍ଟି କରିଛି ନୂଆ ଅଧ୍ୟାୟ । ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ କେବଳ ଯେ ବିଶ୍ୱକପ ମ୍ୟାଚ ଖେଳାଯିବ, ତାହା ନୁହେଁ । ଏହା ସ୍ଥାନୀୟ ପ୍ରତିଭାମାନଙ୍କ ପାଇଁ ମଧ୍ୟ ଏକ ଆଶୀର୍ବାଦ ସଦୃଶ ହୋଇଛି । ଏମିତି ତ ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଜିଲ୍ଲାରେ ୧୭ଟି ଅଷ୍ଟ୍ରୋଟର୍ଫ ପଡିଆ ନିର୍ମାଣ କରି ଆଉ ହକିର ପ୍ରସାର ପାଇଁ ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି ଓଡିଶା ସରକାର ।

Leave A Reply

Your email address will not be published.