ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅକ୍ଟୋବର ୨୮ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ FIH ପ୍ରୋ ଲିଗ୍ ହକି

ଭୁବନେଶ୍ବର: ପୁଣି କମ୍ପିବ କଳିଙ୍ଗ ଷ୍ଟାଡିୟମ। ପୁରୁଷ FIH ପ୍ରୋ ଲିଗ୍ ହକି ୨୦୨୨/ ୨୩ ପାଇଁ କାର୍ଯ୍ଯସୂଚି ପ୍ରକାଶ ପାଇଛି। ଅକ୍ଟୋବର ୨୮ରୁ ନଭେମ୍ବର ୬ ତାରିଖ ଯାଏ  ଏହି ଲିଗ ମ୍ଯାଚ ଅନୁଷ୍ଠିତ ହେବ। ୨୮ ତାରିଖରେ ଭାରତ ବନାମ ନିଉଜଲାଣ୍ଡ ରହିଥିବା ବେଳେ ୨୯ ତାରିଖରେ ନିଉଜଲାଣ୍ଡ ଓ ସ୍ପେନ ମଧ୍ୟରେ ମୁକାବିଲା ରହିଛି। ୩୦ ତାରିଖରେ ଭାରତ ଓ ସ୍ପେନ ମଧ୍ୟରେ ମୁକାବିଲା ରହିଛି। ନଭେମ୍ବର ୪ରେ ଭାରତ ଓ ନିଉଜଲାଣ୍ଡ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ। ନଭେମ୍ବର ୫ରେ ସ୍ପେନ ଓ ନିଉଜଲାଣ୍ଡ ମଧ୍ୟରେ ମ୍ଯାଚ ଖେଳାଯିବ। ନଭେମ୍ବର ୬ରେ ଭାରତ ଓ ସ୍ପେନ ମଧ୍ୟରେ ମୁକାବିଲା ରହିଛି।

Leave A Reply

Your email address will not be published.