ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୁଇ ହାତୀର ଲଢ଼େଇ ରେ ଗୋଟିଏ ହାତୀର ଜୀବନ ଗଲା, ଦନ୍ତା କୁ ମାରି ଦେଲା ଦନ୍ତା

ହାଟଡ଼ିହି : ଆନନ୍ଦପୁର ବନଖଣ୍ଡ ହଦଗଡ ହସ୍ତୀ ଅଭୟାରନ୍ୟ ରେ ଦୁଇଟି ହାତୀର ଲଢ଼େଇ ରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ଦୁଇ ଦନ୍ତା ହାତୀର ଲଢେଇରେ ଏକ ୩୦ ବର୍ଷିୟ ଦନ୍ତା ର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ସଂନ୍ଧ୍ଯା ରେ ଜଙ୍ଗଲରେ ବୁଲୁଥିବା ହାତୀଙ୍କ ମଧ୍ୟରେ ଲଢେ଼ଇ ହୋଇଥିବା ବନବିଭାଗ ପେଟ୍ରୋଲିଂ ଟିମ୍ ନଜରକୁ ଆସିଥିଲା। ଶନିବାର ସକାଳେ ଆନନ୍ଦପୁର ଡିଏଫଓ ଅଜିତ କୁମାର ଶତପଥୀ ଙ୍କ ନେତୃତ୍ବରେ ବନବିଭାଗ ଏକ ଟିମ୍ ସେଠାରେ ପହଁଞ୍ଚିଥିଲେ। ଏବଂ ମୃତ ଦନ୍ତା କୁ ଠାବ କରା ଯାଇଛି। ହଦଗଡ଼ ଜଙ୍ଗଲରେ ୮ ଟିକିଆ ହାତୀ ପଲ ଏକ ସଙ୍ଗେ ବୁଲୁଥିବା ବେଳେ ସେଥି ମଧ୍ୟରୁ ଦୁଇଟି ଦନ୍ତା ଙ୍କ ମଧ୍ୟରେ ସଂର୍ଘଷ ଘଟିଥିବାର ଅନୁମାନ କରାଯାଉଛି।

ହସ୍ତୀ ଅଭୟାରନ୍ୟର ଦଲକି ନିକଟେରେ ଥିବା ପାହାଡ ଶିଖରରେ ଏହି ସଂର୍ଘଷ ସମୟରେ ଗୋଟିଏ ଦନ୍ତା ତଳକୁ ଖସିପଡିବାରୁ ତାର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ତେବେ ମୃତ ଦନ୍ତା ହାତୀର ଦାନ୍ତ ସହ ଅନ୍ୟାନ୍ୟ ଅଙ୍ଗ ସବୁ ଠିକ୍ ରହିଛି । ପାହାଡରୁ ଖସିପଡିବାରୁ ମୃତ ଦନ୍ତାର ଶରୀରରେ ଅନେକ କ୍ଷତ ଦେଖିବାକୁ ମିଳିଛି । ହେଲେ ମୃତ ଦେହ ପଚିବାକୁ ଆରମ୍ଭ କରିଥିବାରୁ ଦନ୍ତାର ମୃତ୍ୟୁ ୨-୩ ଦିନ ପୂର୍ବେ ହୋଇଥିବା ଅନୁମାନ କରାଯାଉଛି । ହାତୀ ମୃତ୍ୟୁ ର ପ୍ରକୃତ କାରଣ ଯାଣିବାକୁ ନିୟମ ଅନୁଜାୟି ଦନ୍ତା ର ପୋଷ୍ଟମାଟମ ପାଇଁ ଶିମିଳିପାଳର ଏକ ଡାକ୍ତରୀ ଦଳଙ୍କୁ ଡକାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.