ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନନ୍ଦନକାନନରେ ଆଖି ବୁଜିଲା ସିଂହୀ ଶ୍ୟାମା, ଦୀର୍ଘ ୩ ବର୍ଷ ଧରି ଚାଲିଥିଲା ଚିକିତ୍ସା

ଭୁବନେଶ୍ୱର: ନନ୍ଦନକାନନରେ ଚିକିତ୍ସିତ ହେଉଥିବା ସିଂହୀ ଶ୍ୟାମା ଶେଷରେ ଆଖି ବୁଜିଛି। ତାକୁ ୨୨ ବର୍ଷ ହୋଇଥିବା ବେଳେ ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲା । ବିଭିନ୍ନ ପ୍ରକାର ରୋଗ ସମସ୍ୟା ନେଇ ଗତ ତିନି ବର୍ଷ ଧରି ଶ୍ୟାମାର ଚିକିତ୍ସା କରିଆସୁଥିଲେ ନନ୍ଦନକାନନ କର୍ତ୍ତୃପକ୍ଷ । ଗତକାଲି ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲା । ପରେ ନନ୍ଦନକାନନ ପ୍ରାଣୀ ଚିକିତ୍ସାଳୟରେ ତା’ର ଚିକିତ୍ସା ଜାରି ରହିଥିଲା । ଆଜି ଅପରାହ୍ଣରେ ସିଂହୀର ମୃତ୍ୟୁ ହୋଇଛି । ୨୦୦୨ ମସିହା ଜାନୁଆରୀ ୪ ତାରିଖରେ ଗୁଜରାଟର ଜୁନାଗଡ଼ ଅଭୟାରଣ୍ୟରୁ ନନ୍ଦନକାନନ ଆସିଥିଲା ଶ୍ୟାମା । ଶ୍ୟାମାର ମୃତ୍ୟୁ ପରେ ସିଂହଙ୍କ ସଂଖ୍ୟା ନନ୍ଦନକାନରେ ୧୬ କୁ ହ୍ରାସ ପାଇଛି ।

Leave A Reply

Your email address will not be published.