ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ ମହିଳା ଯନ୍ତ୍ରୀ, ଗୁହାଳ ପାଇଁ ନେଉଥିଲେ ୫ ହଜାର ଲାଞ୍ଚ

ବଲାଙ୍ଗିର/ଦେଓଗାଁ : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକରେ କାର୍ଯ୍ୟରତ ମହିଳା ଯନ୍ତ୍ରୀ କୃଷ୍ଣପ୍ରିୟା ମଣ୍ଡଳ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଗାଈ ଗୁହାଳ ନିର୍ମାଣ ବାବଦକୁ ଜଣେ ହିତାଧିକାରୀଙ୍କଠାରୁ ଲାଞ୍ଚଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଧରିଛି। ସୂଚନା ଅନୁସାରେ ଦେଓଗାଁ ବ୍ଳକ ସିକୁଆଁ ଗାଁର ଲିଙ୍ଗରାଜ ସାହୁଙ୍କୁ ଯନ୍ତ୍ରୀ ଗାଈ ଗୁହାଳର ବିଲ୍‍ ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଲିଙ୍ଗରାଜ ଭିଜିଲାନ୍ସକୁ ଜଣାଇଥିଲେ। ଭିଜିଲାନ୍ସର ପୂର୍ବ ପ୍ରସ୍ତୁତି ଅନୁସାରେ ଶନିବାର ସନ୍ଧ୍ୟାରେ ଲାଲଟିକ୍ରା ଇରିଗେସନ କଲୋନୀ ନିକଟ ଯନ୍ତ୍ରୀଙ୍କ ଭଡାଘରେ ଲିଙ୍ଗରାଜ ଲାଞ୍ଚ ଦେଉଥିବାବେଳେ ଭିଜିଲାନ୍ସ ଟିମ ଚଢିଉ କରି ଧରିଥିଲା।

ସୂଚନାଯୋଗ୍ୟ ଯେ ଲିଙ୍ଗରାଜ ୨୦୧୮-୧୯ରେ ମନରେଗା ଯୋଜନାରେ ଗୁହାଳ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଗୁହାଳ ନିର୍ମାଣ ଶେଷ କରିଥିଲେ ହେଁ ଯନ୍ତ୍ରୀ ବିଲ୍‍ ପାଇଁ ତାଙ୍କୁ ହଇରାଣ କରୁଥିଲେ। ଯନ୍ତ୍ରୀଙ୍କ ସହ ଏ ନେଇ କଥାବାର୍ତ୍ତା କରିବା ପରେ ୫ ହଜାର ଟଙ୍କାଦେଲେ ବିଲ ପାସ କରିଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ପରେ ଲିଙ୍ଗରାଜ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଆଜି ଭିଜିଲାନ୍ସ ଯୋଜନା ଅନୁସାରେ ତାଙ୍କୁ ଭିଜିଲାନ୍ସ ଧରିଥିଲା। ଏନେଇ ସମ୍ବଲପୁର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁହୋଇ ତଦନ୍ତ ଚାଲିଛି। ଶ୍ରୀମତୀ ମଣ୍ଡଳଙ୍କ ସମ୍ପତ୍ତିର ତଦନ୍ତ ହେବା ସହ ବଲାଙ୍ଗିରର ଦୁଇଟି ସ୍ଥାନରେ ଚଢଉ ଜାରି ରହିଥିବା ସୂଚନା ମିଳିଛି।

Leave A Reply

Your email address will not be published.