ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟପ୍ -୫ ଇଲେକ୍ଟ୍ରିକ୍ ସ୍କୁଟରର ଜାଣନ୍ତୁ ସମସ୍ତ ଫିଚର: ଲୋକଙ୍କ ପ୍ରଥମ ପସନ୍ଦ ଓଲା ଏସ-୧ ପ୍ରୋ

ନୂଆଦିଲ୍ଲୀ: ମେ ମାସରେ ସର୍ବାଧିକ ବିକ୍ର ହୋଇଥିବା ଇଲେକ୍ଟ୍ରିକ ସ୍କୁଟର ମଧ୍ଯ ନମ୍ବର-୧ ରେ ରହିଛି ଓଲା ଏସ-୧ ପ୍ରୋ । ମେ ମାସରେ ଓଲା ଏସ-୧ ପ୍ରୋ ୯,୨୨୫ ୟୁନିଟ୍ ବିକ୍ରି ହୋଇଛି।  ଅନ୍ୟପକ୍ଷରେ ଓକିନାୱାର ପ୍ରେଜ ପ୍ରୋ ସ୍କୁଟର ଦୁଇ ନମ୍ବରରେ ରହିଛି। ମେ ମାସରେ ବିକ୍ରୟ ଦୃଷ୍ଟିରୁ ଏଥର୍-୪୫୦ ନମ୍ବର ତିନିରେ ଏବଂ ଟିଭିଏସ୍  ଆଇକ୍ଯୁବ ଚତୁର୍ଥ ସ୍ଥାନରେ ରହିଛି। ଏହା ବ୍ୟତୀତ ଚେତକ ସ୍କୁଟର ୫ ନମ୍ବରରେ ରହିଛି। ଆସନ୍ତୁ ଜାଣିବ ଟପ- ୫ ବିକ୍ରି ହୋଇଥିବା ଇଲେକ୍ଟ୍ରିକ ସ୍କୁଟର ବିଶେଷ ଫିଚର ବିଷୟରେ।

s1pro

୧- ଓଲା ଏସ-୧ ପ୍ରୋ (OLA S1 Pro) :

ଓଲାର ଏସ-୧ ପ୍ରୋ ହେଉଛି ସର୍ବୋତ୍ତମ ବିକ୍ରୟ ଇଲେକ୍ଟ୍ରିକ୍ ସ୍କୁଟର। ଓଲାର ଏସ-୧ ପ୍ରୋ ଗୋଟିଏ ଥର ଚାର୍ଜରେ ୧୮୧ କିଲୋମିଟର ମାଇଲେଜ ଦେଇଥାଏ। ଏହାର ସର୍ବୋଚ୍ଚ ବେଗ ଘଣ୍ଟା ପ୍ରତି ୧୧୫  କିଲୋମିଟର ରହିଛି। ଏସ-୧ ପ୍ରୋର ବ୍ୟାଟେରୀ ସମ୍ପୂର୍ଣ୍ଣ ଚାର୍ଜ ହେବା ପାଇଁ ୬ ଘଣ୍ଟା ସମୟ ଲାଗିଥାଏ।

୨- ଓକିନାୱା ପ୍ରେଜ ପ୍ରୋ (Okinawa Praise Pro):
ଓକିନାୱା ପ୍ରେଜ ପ୍ରୋ ମେ ମାସରେ ୭,୩୩୯ ୟୁନିଟ୍ ବିକ୍ରି କରିଛି। ସର୍ବୋତ୍ତମ ବିକ୍ରି ହେଉଥିବା ବୈଦ୍ୟୁତିକ ସ୍କୁଟର ମଧ୍ୟରେ ଏହା ଦ୍ୱିତୀୟ ସ୍ଥାନରେ ଅଛି। ଏହାକୁ ଚାର୍ଜ କରିବାକୁ ମାତ୍ର ୩ ଘଣ୍ଟା ସମୟ ଲାଗିଥାଏ। ଏହାର ଫାଷ୍ଟ ଚାର୍ଜିଂ ଅନ୍ୟ ଲେକ୍ଟ୍ରିକ ସ୍କୁଟରଠାରୁ ଭିନ୍ନ। କିନ୍ତୁ ଏହାର ମାଇଲେଜ ଅର୍ଥାତ ଥରେ ଚାର୍ଜ କଲେ ୮୫ କିଲୋମିଟିର ଯାଇଥାଏ।

୩-ଏଥର୍ ୪୫୦ (Ather 450 ):
ମେ ମାସରେ ଏହି ଇଲେକ୍ଟ୍ରିକ ସ୍କୁଟର ୩,୬୬୭ ୟୁନିଟ୍ ବିକ୍ରି ହୋଇଥିଲା।  ଏହା ହେଉଛି ତୃତୀୟ ସର୍ବଶ୍ରେଷ୍ଠ ବିକ୍ରୟ ଇଲେକ୍ଟ୍ରିକ୍ ସ୍କୁଟର।  ଏହାର ମାଇଲେଜ ୧୧୬ କିଲୋମିଟର ରହିଥିବା ବେଳେ ଟପ୍ ସ୍ପିଡ୍ ଘଣ୍ଟା ପ୍ରତି ୮୦କିଲୋମିଟର ରହିଛି। ଏହାକୁ ସମ୍ପୂର୍ଣ୍ଣ ଚାର୍ଜ କରିବାକୁ ୪  ଘଣ୍ଟା ସମୟ ଲାଗିଥାଏ। ଏଥର୍ ଏହାର ଉପଭୋକ୍ତାମାନଙ୍କୁ ଜୁନ୍ ୩୦ ପର୍ଯ୍ୟନ୍ତ ମାଗଣା ଚାର୍ଜିଂ ସୁବିଧା ପ୍ରଦାନ କରୁଛି। ଏଥିରେ ଓଲାର S1 ପ୍ରୋ ଭଳି ରିଭର୍ସ ଫିଚର ମଧ୍ଯ ପାଇପାରିବେ।

୪- ଟିଭିଏସ ଆଇକ୍ଯୁବ (TVS iQube ):

ମେ ମାସରେ TVS ର iQube ହେଉଛି ଚତୁର୍ଥ ସର୍ବାଧିକ ବିକ୍ରି ହେଉଥିବା ଇଲେକ୍ଟ୍ରିକ୍ ସ୍କୁଟର। ମେ ମାସରେ ୨,୬୩୭ ୟୁନିଟ୍ ଟିଭିଏସ ଆଇକ୍ଯୁ ବିକ୍ରି ହୋଇଥିଲା।  ଏହି ଇଲେକ୍ଟ୍ରିକ ସ୍କୁଟର ସର୍ବୋଚ୍ଚ ବେଗ ଘଣ୍ଟା ପ୍ରତି ୮୨ କିଲୋମିଟର ରହିଥିବା ବେଳେ ଥରେ ଚାର୍ଜ କଲେ ଏହା ୧୪୫ କିଲୋମିଟର ଯାଇଥାଏ। ଏହି ସ୍କୁଟରରେ ଫାଷ୍ଟ ଚାର୍ଜିଂ ସୁବିଧା ଦିଆଯାଇଛି। ବ୍ୟାଟେରୀକୁ ସମ୍ପୂର୍ଣ୍ଣ ଚାର୍ଜ କରିବାକୁ ପ୍ରାୟ ୪ ଘଣ୍ଟା ସମୟ ଲାଗେ।

୫-ଚେତକ୍ (Chetak)
ମେ ମାସରେ ଚେତକର ୨୫୪୪ ୟୁନିଟ୍ ବିକ୍ରି ହୋଇଥିଲା । ଏହା ହେଉଛି ୫ମ ସର୍ବଶ୍ରେଷ୍ଠ ଇଲେକ୍ଟ୍ରିକ୍ ସ୍କୁଟର। ଚେତକକୁ ସମ୍ପୂର୍ଣ୍ଣ ଚାର୍ଜ କରିବାକୁ ୫ ଘଣ୍ଟା ସମୟ ଲାଗିଥାଏ।  ଏହାକୁ ଥରେ ଚାର୍ଚ୍ଚ କଲେ ୯୦ କିଲୋମିଟର  ଯାଇଥାଏ। ଏହାର ଟପ୍ ସ୍ପିଡ୍ ଘଣ୍ଟା ପ୍ରତି ୭୦ କିଲୋମିଟର ରହିଛି। ପୂର୍ବ ମାସ ତୁଳନାରେ ମେ ମାସରେ ଚେତକଙ୍କ ବିକ୍ରି ୮୫.୭% ବୃଦ୍ଧି ପାଇଛି।

Leave A Reply

Your email address will not be published.