ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାସଭବନରେ ଚଢାଉ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ବାସଭବନରେ ଚଢାଉ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ବାସଭବନରେ ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ( ଏଫବିଆଇ ) ପକ୍ଷରୁ ଟ୍ରମ୍ପଙ୍କ ବାସଭବନରେ ଚଢଉ କରାଯାଇଛି । ଏନେଇ ଟ୍ରମ୍ପ ନିଜେ  ସୂଚନା ଦେଇଛନ୍ତି।

ଟ୍ରମ୍ପ କହିଛନ୍ତି ଯେ, ପାମ୍ ବିଚରେ ଥିବା ଲୋକଙ୍କ ଉପରେ ଏଫବିଆଇ ରେଡ୍ କରିଛି । ସରକାରୀ କାଗଜପତ୍ର ସନ୍ଧାନ ପାଇଁ ଏପରି ରେଡ୍ ହୋଇଛି । ଘରକୁ ସିଜ୍ କରାଯାଇଛି । ଏସବୁ କାଗଜପତ୍ର ଟ୍ରମ୍ପ୍ ହ୍ୱାଇଟ୍ ହାଉସ ଛାଡିବା ପରେ ଫ୍ଲୋରିଡା ଅଣାଯାଇଥିଲା ବୋଲି ଅଭିଯୋଗ ହେଉଛି।

ଘଟଣାକୁ ନେଇ ଟ୍ରମ୍ପ୍ ଆହୁରି କହିଛନ୍ତି ଯେ, ଏହା ଦେଶ ପାଇଁ କଳା ଦିବସ । ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ସହ ଏପରି କେବେ ହୋଇନଥିଲା । ତଦନ୍ତକାରୀ ସଂସ୍ଥା ସହ ସହଯୋଗ ସତ୍ତ୍ୱେ ଏପରି କରାଯାଉଛି । ଏହା ସରକାରୀ କଳର ଅପବ୍ୟବହାର ଅଟେ । କଠୋରପନ୍ଥୀଙ୍କ ଆକ୍ରମଣ ସହ ଏହା ସମାନ । କିଛି ଜଣ ସେ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଲଢିବା ପାଇଁ ଚାହୁଁ ନଥିବା ସେ କହିଛନ୍ତି । ତେବେ ଏହାକୁ ନେଇ ହ୍ୱାଇଟ୍ ହାଉସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

Leave A Reply

Your email address will not be published.