ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ୧୦ ଦିନର ପୁଅକୁ ୧୦ ହଜାରରେ ବିକିଦେଲା ବାପା, ଉଦ୍ଧାର କଲା ଚାଇଲ୍ଡ ଲାଇନ୍

ରାଜଧାନୀରେ ଶିଶୁ ବିକ୍ରି ଘଟଣା । ଭୁବନେଶ୍ୱରରେ ୧୦ ଦିନର ଶିଶୁକୁ ୧୦ ହଜାର ଟଙ୍କାରେ ବିକ୍ରି କରିଦେଲା ରାକ୍ଷସ ବାପା । ଖାରବେଳନଗର ପୋଲିସ ସହଯୋଗରେ ଉଦ୍ଧାର କରିଛି ଚାଇଲ୍ଡ ଲାଇନ। ତେବେ ୧୦ ଦିନର ଶିଶୁ ପୁତ୍ରକୁ ୧୦ ହଜାର ଟଙ୍କାରେ ବିକ୍ରି ନେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେବା ପରେ ଚାଇଲ୍ଡ ଲାଇନକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ଚାଇଲ୍ଡ ଲାଇନ ଏବଂ ପୋଲିସ ସହାୟତାରେ ଶିଶୁଟିକୁ ଉଦ୍ଧାର କରାଯାଇଛି । ତେବେ ଶିଶୁଟିକୁ ପାଇବା ପାଇଁ ରେଳ ଷ୍ଟେସନ, ବସ ଷ୍ଟାଣ୍ଡ ଓ ବିଭିନ୍ନ ଅଂଚଳରେ ଅନୁସନ୍ଧାନ କରିଥିଲା ଟିମ୍ । ଶିଶୁ ପୁତ୍ରକୁ କିଣିଥିବା ମହିଳାଙ୍କୁ ଅଟକ ରଖି ପଚରାଉଚରା ହୋଇଥିଲା । ଏହା ପରେ ସମସ୍ତ ସତ ସାମ୍ନାକୁ ଆସିଥିଲା । ନିଶା ପାଇଁ ୧୦ ଦିନର ଶିଶୁକୁ ତାର ବାପା ବିକିଥିଲା ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ନିଶା ପାଇଁ ଶିଶୁପୁତ୍ରର ବାପା ନିଜ ଜନ୍ମକଲା ପୁଅକୁ ବିକି ଦେଇଛି । ମାତ୍ର ୧୦ ହଜାର ଟଙ୍କା ପାଇଁ ଦଶ ଦିନର ଶିଶୁ ପୁତ୍ରକୁ ବିକିବାକୁ ଫଛାଇ ନାହିଁ ବାପା । ସେପଟେ ଏବିଷୟରେ ଖବର ପାଇ ଖାରବେଳ ନଗର ପୋଲିସ ସହାୟତାରେ ସିଶୁ ସୁରକ୍ଷା କମିଟି ଶିଶୁପୁତ୍ର ଟିକୁ ଉଦ୍ଧାର କରିଛି ।

Leave A Reply

Your email address will not be published.