ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଝିଅର ଅଧା ପୋଡା ଗୋଡ ଧରି ଥାନାରେ ବସିଛି ବାପା : ଯୌତୁକ ଦେଇ ପାରିଲିନି ବୋଲି ଶାଶୁଘର ଲୋକ ପୋଡିଦେଲେ, ମୋତେ ନ୍ୟାୟ ଦରକାର…

ପାଟଣା :  ‘ମୋ ଝିଅର ଶାଶୁ ଘର ଲୋକ ଏତେ ନିର୍ଦ୍ଦୟ ହୋଇପାରିଲେ ସେକଥା କହିବା ବେଳକୁ ମୋ ହୃଦୟ ଥରି ଉଠୁଛି। ବିବାହ ପରେ ଝିଅକୁ ମାଡ ମାରୁଥିଲେ। ହେଲେ ଏବେ ସୀମା ଅତିକ୍ରମ କରି ପୋଡିଦେଲେ। କିଛି ଦିନ ତଳେ ମୋ ଝିଅ କାନ୍ଦି କାନ୍ଦି କହୁଥିଲା ବାପା ମୋତେ ଏଠୁ ନେଇଯାଅ କିନ୍ତୁ ମୁଁ ହତଭାଗା ତାକୁ ବଞ୍ଚାଇପାରିଲିନି। ତା ପାଖରେ ମୁଁ ପହଞ୍ଚିବା ବେଳକୁ ତାକୁ ସେ ନୃଶଂସ ପିଚାଶ ଗୁଡା ପୋଡି ଦେଇଛନ୍ତି। ଆଉ କିଛି ଉପାୟ ନପାଇ ମୁଁ ମୋ ଝିଅର ଅଧା ପୋଡା ଗୋଡ ଧରିକି ଥାନାକୁ ଆସିଛି। ପୁଲିସ ମୋ ଝିଅକୁ ହତ୍ୟା କରାଯାଇଥିବାର ପ୍ରମାଣ ନେଉ ଏବଂ ଦୋଷୀଙ୍କୁ କଠୋର ଦଣ୍ଡ ଦେଉ। ମୁଁ ମୋ ବ୍ୟାଗ୍‌ରେ ମୋ ଝିଅର ଅଧା ପୋଡା ଗୋଡ଼ ଧରିକି ଆସିଛି। ମୋତେ ନ୍ୟାୟ ଦରକାର।’ ଏକଥା ଥାନାରେ ବସି ଜଣେ ଅସହାୟ ବାପା ତା ଝିଅର ମୃତ୍ୟୁ ପରେ ବାହୁନି ବାହୁନି କାନ୍ଦି ପୁଲିସକୁ ନ୍ୟାୟ ଭିକ୍ଷା କରୁଥିବା ସମୟର କହୁଥିଲେ।

ବାସ୍ତବାରେ ଏପରି ଏକ ଘଟଣା ଘଟିଛି ବିହାର ଭୋଜପୁରର ମୁଫାସିଲ ପୁଲିସ ଷ୍ଟେସନ ଅଞ୍ଚଳରେ । ମୁଫାସିଲ ପୁଲିସ ଷ୍ଟେସନରେ ଜଣେ ବାପା ନିଜ ଝିଅର ଦରପୋଡା ଗୋଡ ବ୍ୟାଗରେ ପୁରାଇ ଥାନାକୁ ଆସିଥିଲେ। ପୁଲିସଙ୍କୁ ତାଙ୍କ ଝିଅର ଦରପୋଡା ଗୋଡ ଦେଖାଇ ଶାଶୁ ଘର ଲୋକ କିପରି ନିର୍ଦୟ ଭାବେ ତାଙ୍କ ଝିଅକୁ ପୋଡି ମାରିଛନ୍ତି ତାହା ବର୍ଣ୍ଣନା କରିବା ସହ ନ୍ୟାୟ ଭିକ୍ଷା କରିଥିଲେ। ପୁଲିସ ତାଙ୍କୁ ସମସ୍ତ ଘଟଣା ପଚାରିବାରୁ ସେ କଣ ସବୁ ଘଟିଥିଲା ତାହା କହିଥିଲେ।

ବିହାର ଭୋଜପୁରର ଅଖିଲେଶ ବିନ୍ଦ ତାଙ୍କ ଝିଅ ମମତାକୁ ମୁଫାସିଲ ପୁଲିସ ଷ୍ଟେସନ ଅଞ୍ଚଳର ବାରୁଲି ଗାଁର ବାସିନ୍ଦା ଶତ୍ରୁଘ୍ନ ବିନ୍ଦଙ୍କ ସହ ୨୦୨୧ ମେ ମାସରେ ବିବାହ କରାଇଥିଲେ। ଗାଁରେ ରହୁଥିବା ମମତାଙ୍କ ମାମୁଁ ଏହି ବିବାହ କରାଇଥିଲେ। ବାପା ଅଖିଲେଶ ବିନ୍ଦ ତାଙ୍କ ପତ୍ନୀଙ୍କ ସହ  ଗୁଜୁରାଟର ରାଜକୋଟରେ ରହି କାମ କରନ୍ତି ଏଣୁ ମାମୁଁ ଗାଁରେ ମମତା ରହୁଥିଲେ। ମମତାଙ୍କ ବିବାହ ମଧ୍ୟ ମାମୁଁ କରାଇଥିଲେ। ତେବେ ବିବାହ ପରେ କିଛି ଦିନ ମମତାଙ୍କ ସଂସାର ଖସଖୁସିରେ ଚାଲିଥିଲା। କିନ୍ତୁ କିଛି ଦିନରେ ଶାଶୁଘର ଲୋକ  ଯୌତୁକ ବାବଦରେ ମମତାଙ୍କୁ ଏକ ଲକ୍ଷ ଟଙ୍କା ବାପଘରୁ ଆଣିବାକୁ କହିଲେ। କିନ୍ତୁ ମମତାଙ୍କ ବାପା ଏତେ ଟଙ୍କା କେଉଁଠୁ ଆଣିବେ ବୋଲି କହିବା ସହ ଟଙ୍କା ପ୍ରଦାନ ପାର୍ଇ ଅସହାୟତା ପ୍ରକାଶ କଲେ । ମମତାଙ୍କ ବାପା ଟଙ୍କା ନଦେବାରୁ ଶାଶୁ ଘର ଲୋକ ମମତାଙ୍କୁ ମାଡ ମରୁଥିଲେ।

ମମତା ତାଙ୍କୁ ସ୍ବାମୀ ମାଡ ମାରୁଥିବା ଏବଂ ଶ୍ବଶୁର ତାଙ୍କ ସ୍ବାମୀଙ୍କୁ ମାଡ ମାରିବା ପାଇଁ ପବର୍ତ୍ତାଇଥିବା ବାପାଙ୍କ ଫୋନ୍‌ରେ କହିଥିଲେ। ତେବେ ମମତାଙ୍କ ବାପା ଏବଂ ମାମୁଁ ଏନେଇ ତାଙ୍କ ଶ୍ବଶୁର ଘରକୁ ଯାଇ ବୁଝାଇବେ ବୋଲି କହିଥିଲେ। କିନ୍ତୁ ଶ୍ବଶୁର ଘର ଲୋକ ଟଙ୍କା ପାଇଁ ଅଡି ବସିଥିଲେ। ଆଉ ଟଙ୍କା ଦେବାରେ ଡେରି କରିବାରୁ ତାଙ୍କ ଝିଅକୁ ପୋଡି ଦେଇଥିବା କହିଛନ୍ତି ମମତାଙ୍କ ବାପା ଅଖିଲେଶ ବିନ୍ଦ। ସେ କହିଛନ୍ତି ଯେ ତାଙ୍କ ଝିଅ କାନ୍ଦି ବାପା ଏଠୁ ମେତେ ନେଇ ଯାଅ ବୋଲି କହିଥିଲେ । ହେଲେ ସେ ସେଠି ପହଞ୍ଚିବା ବେଳେକୁ ତାର ସ୍ବାମୀ ଓ ଶ୍ବଶୁର ତାକୁ ପୋଡି ଦେଇଥିଲେ। ମୁଁ ମଧ୍ୟ ତାକୁ ଶେଷଥର ପାଇଁ ଦେଖିପାରିଲି ନାହିଁ। କେବଳ ତା ଦରପୋଡା ପାଦ ଏବଂ ତା ପାଦର ପାଉଁଜି ଦେଖି ମୋ ଝିଅ ବୋଲି ଚିହ୍ନିଲି। ତା ପରେ ନ୍ୟାୟ ପାଇଁ ମୋ ଝିଅର ସେହି ଦରପୋଡା ପାଦକୁ ବ୍ୟାଗରେ ଧରି ଆସିଛି ପୁଲିସ ଷ୍ଟେସନ। ମତେ ନ୍ୟାୟ ଦରକାର । ମୋ ଝିଅକୁ ନୃଶଂସ ଭାବେ ପୋଡି ମାରିଥିବା ତା ସ୍ବାମୀ ଓ ଶ୍ବଶୁରଙ୍କୁ କଠୋର ଦଣ୍ଡ ଦିଆଯିବା ଦରକାର ବୋଲି କାନ୍ଦି କାନ୍ଦି କହିଛନ୍ତି ମମତାଙ୍କ ବାପା ଅଖିଲେଶ।

ତେବେ ଅଭିଯୋଗ ପରେ ଭୋଜପୁର ଏସପି ହିମାଂଶୁ କହିଛନ୍ତି ଆମେ ଅଭିଯୋଗ ଗ୍ରହଣ କରିଛୁ। ତଦନ୍ତ ଆରମ୍ଭ କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଅଭିଯୁକ୍ତ ଧରାପଡି ନାହାନ୍ତି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ମୃତଦେହକୁ ପ୍ରଥମେ ଚଣ୍ଡି ପୁଲିସ ଷ୍ଟେସନର ସରିପୁର-ବିଷ୍ଣୁପୁରର ସୋନ ନଦୀ ଘାଟ ନିକଟରେ ବାଲିରେ ପୋତି ଦିଆଯାଇଥିଲା। ତା’ପରେ ମୃତଦେହକୁ ବାହାର କରି ପୋଡି ଦିଆଯାଇଥିଲା। ବାମ ଗୋଡର ଟିକିଏ ଅଂଶ ବାକି ରହିଥିଲା, ଯାହା ତାଙ୍କ ପିତା ଥାନାକୁ ଆଣିଆସିଥିଲେ।  ଗୁରୁବାର ଦିନ ଏହି ଗୋଡକୁ ପାଟନାରେ ଡିଏନ୍ଏ ପରୀକ୍ଷା ପାଇଁ ପଠାଯାଇଛି। ଯୌତୁକ ନିର୍ଯାତନା ଅଭିଯୋଗରେ ଅଭିଯୁକ୍ତ ସ୍ୱାମୀ ଏବଂ ଶ୍ୱଶୁର ବିରୋଧରେ ଏକ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.