ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଅର ଅମାନବୀୟ କାଣ୍ଡ: ନିଶାରେ ମାରିଲା ବାପାକୁ, ମାଆ ଗୁରୁତର

ବାଲେଶ୍ବର: ନିଶା ପାଇଁ ଚାଲି ଜାଇଛି ଏକ ଅମୂଲ୍ଯ ଜୀବନ। ନିଶାରେ ଥିବା ବେଳେ ନିଜ ବାପାକୁ ମାରିବାକୁ ପଛାଇ ନାହିଁ  ପୁଅ। ଏଭଳି ଅମାନବୀୟ କାଣ୍ଡ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଲିଆ ଗାଁରେ।

ସୂଚନା ଅନୁଯାୟୀ,  ଗତକାଲି ରାତିରେ ପୁଅ ଦେବଜ୍ୟୋତି ଦାସ ଘରକୁ ଆସି ନିଶାସକ୍ତ ଅବସ୍ଥାରେ ମାଆ ଅନୀତାଙ୍କୁ ମାଡ଼ ମାରିଥିଲା। ମାଆ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ପଳାଇଥିବା ବେଳେ ବାପା ଭରତ ଦାସଙ୍କୁ ମଧ୍ୟ ଆକ୍ରମଣ କରିଥିଲା ପୁଅ। ଆକ୍ରମଣରେ ବାପା ଭରତଙ୍କର ମୃତ୍ୟୁ ହୋଇଛି। ମା’ ଅନିତାଙ୍କୁ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଘଟଣା ସ୍ଥଳରୁ ଅଭିଯୁକ୍ତ ପୁଅ ଦେବଜ୍ୟୋତି ଫେରାର ହୋଇଯାଇଛି

Leave A Reply

Your email address will not be published.