ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗାଁ ଦାଣ୍ଡରେ ଶ୍ୱଶୁରଙ୍କୁ ବିଭତ୍ସ ଭାବେ ହତ୍ୟା କଲା ପିଶାଚ ଜ୍ୱାଇଁ

କାମାକ୍ଷାନଗର: ମୃତ୍ୟୁର ଫାଶରେ ସ୍ତ୍ରୀକୁ ମାରିବା ପାଇଁ ସ୍ୱାମୀ ରଚିଥିଲା ଷଡଯନ୍ତ୍ର । କିନ୍ତୁ ଚକ୍ରବ୍ୟୁହରେ ଫସିଗଲା ନିରୀହ ଶ୍ୱଶୁର । ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ । ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପଙ୍ଗାତିରା ଗାଁରେ । ସୂଚନା ଅନୁସାରେ, ଗତ କାଲି ବିଳମ୍ବିତ ରାତିରେ ଗାଁ ଦାଣ୍ଡରେ କିଟି ମିଟି ଅନ୍ଧାର ଭିତରେ ଶ୍ୱଶୁରକୁ ଅତି ବିଭତ୍ସ ଭାବେ ଟାଙ୍ଗିଆରେ ହାଣିଦେଇଛି ପିଶାଚ ଜ୍ୱାଇଁ । ମୃତ ଶ୍ୱଶୁର ଜଣଙ୍କ ପରଜଙ୍ଗ ଥାନା ପଙ୍ଗାତିରା ଗାଁର ପର୍ଶୁରାମ ବାରିକ । ଜ୍ୱାଇଁ ରମଣ ବେହେରା ହତ୍ୟାକାଣ୍ଡ ଘଟାଇବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ।

ସୂଚନା ଅନୁଯାୟୀ, ୧୦ ବର୍ଷ ତଳେ ମୃତ ପର୍ଶୁରାମଙ୍କ ଝିଅ ସେହି ଗାଁର ରମଣ ବେହେରାଙ୍କୁ ପ୍ରେମ ବିବାହ କରିଥିଲେ । ପର୍ଶୁରାମ ଜ୍ୱାଇଁକୁ ଯୌତୁକ ବାବଦକୁ ୩୦ ହଜାର ଟଙ୍କା ଦେଇଥିଲେ । ତେବେ ବିବାହ ପରଠାରୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଚାଲି ଆସୁଥିଲା । ଯାହାକୁ ନେଇ ପର୍ଶୁରାମ ଝିଅ ଜ୍ୱାଇଁକୁ ବୁଝାଇ ଆସୁଥିଲେ । ତେବେ ଗତ କାଲି ରାତିର ଘଟଣା ଥିଲା ଭିନ୍ନ । ନିଜ ସ୍ତ୍ରୀକୁ ହତ୍ୟାକାରିବା ପାଇଁ ରମଣ ରଚିଥିଲା ଏକ ବଡ଼ ଯୋଜନା । ମାତ୍ର ଏସବୁ ସୁରାକ ପାଇ ବାପା ଘର ଲୋକଙ୍କୁ ଖବର ଦେଇଥିଲା ଝିଅ । ଏକ ଫାଶିର ଦଉଡି ଝୁଲାଇ ନିଜ ସ୍ତ୍ରୀକୁ ହତ୍ୟାକାରିବା ପାଇଁ ଜଗି ବସିଥିଲା ପିଶାଚ ଜ୍ୱାଇଁ ରମଣ । ଯାହାକୁ ନେଇ ଶ୍ୱଶୁର ଓ ଜ୍ୱାଇଁଙ୍କ ମଧ୍ୟରେ ବଚସା ଓ ପରେ ଅର୍ଥାତ ବିଳମ୍ବିତ ରାତିରେ ରକ୍ତପାତର ରୂପ ନେଇଥିଲା । ରମଣର ଟାଙ୍ଗିଆ ଚୋଟରେ ଶ୍ୱଶୁର ପର୍ଶୁରାମ ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇଗଲେ । ଏ ନେଇ ମହାବିରୋଡ଼ ଫାଣ୍ଡିରେ ଅଭିଯୋଗ ପରେ ପୋଲିସ ତନାଘନା ଆରମ୍ଭ କରିଦେଇଛି ।

Leave A Reply

Your email address will not be published.