ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପରକୀୟା ପ୍ରୀତିକୁ ବିରୋଧ କରିବାର ପରିଣାମ : ଜ୍ବାଇଁର କଟୁରୀ ଚୋଟରେ ଶ୍ବଶୁର ଓ ସ୍ତ୍ରୀ ଆହତ

ଯାଁଳା : ପରକୀୟା ପ୍ରୀତିକୁ ବିରୋଧ କରିବାରୁ ଜ୍ବାଇଁର କଟୁରି ଚୋଟରେ ସ୍ତ୍ରୀ ଓ ଶ୍ବାଶୁର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ଜଣକ ହେଲେ ଇମ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ଛତାବର ପଞ୍ଚାୟତ ଅରିଶଲ ଗ୍ରାମର କବିରାଜ ନାୟକ ଓ ତାଙ୍କ ଝିଅ। ଏନେଇ କବିରାଜ ଇମ୍ଫୋଭ୍ୟାଲି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଅରିଶଲରେ ଘରଜ୍ବାଇଁ ଭାବେ ରହୁଥିବା ଭଦ୍ରକ ଜିଲ୍ଲା ପଦ୍ମପୁରର ଗଙ୍ଗା ତରେଇ (୨୭)। ଆଜି ଇମ୍ଫୋଭ୍ୟାଲି ଥାନା ପୁଲିସ ଗଙ୍ଗାକୁ ଗିରଫ କରି କୋର୍ଟ ଚାଲଣ କରିଛି। ମିଳିଥିବା ସୂଚନା ଅନୁସାରେ ଗଙ୍ଗା ଅରିଶଲ ଗ୍ରାମର କବିରାଜଙ୍କ ଝିଅକୁ ବିବାହ କରି ଘରଜ୍ବାଇଁ ଭାବେ ରହିଛି।

ଗତ ୭ ତାରିଖ ମଧ୍ୟାହ୍ନରେ ଘରେ ସମସ୍ତେ ଥିବା ସମୟରେ ଗଙ୍ଗାର ଅନ୍ୟ ଜଣେ ମହିଳା ସହ ଅବୈଧ ସମ୍ପର୍କ ଥିବା କଥା ତାର ସ୍ତ୍ରୀ କହିଥିଲା। ଏହି କଥାକୁ ନେଇ ଗଙ୍ଗା ଓ ତା’ର ସ୍ତ୍ରୀ ମଧ୍ୟରେ ଭିଷଣ ଝଗଡ଼ା ହୋଇଥିଲା। ଗଙ୍ଗାର ଏପରି ପ୍ରକୃତିକୁ ତାର ଶଶୁର ଓ ଘରର ସମସ୍ତ ସଦସ୍ୟ ବିରୋଧ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଗଙ୍ଗା ଏକ କଟୁରୀ ଧରି ଶ୍ବଶୁର ଓ ତା’ର ସ୍ତ୍ରୀଙ୍କୁ ହାଣି ପକାଇ ଥିଲା। ଫଳରେ ଶ୍ବଶୁର କବିରାଜ ଓ ସ୍ତ୍ରୀ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଖବର ପାଇ ଇମ୍ଫୋଭ୍ୟାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇବା ସହ ଅଭିଯୁକ୍ତ ଘରଜ୍ବାଇଁକୁ ଗିରଫ କରି ଅଦାଲତ ଚାଲଣ କରିଛି।

Leave A Reply

Your email address will not be published.