ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପିଶାଚ ବାପର ପାପ: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଝିଅର ଯୌନାଙ୍ଗକୁ ବ୍ଲେଡରେ କାଟିଲା ରାକ୍ଷସ ବାପ

ଭଦ୍ରକ: ପିଶାଚ ବାପାର ନାରକୀୟ କାଣ୍ଡ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ନିଜ ୩ ବର୍ଷ ଶିଶୁ କନ୍ୟାର ଯୌନାଙ୍ଗକୁ ବ୍ଲେଡରେ କାଟିଦେଇଛି ବାପା ।  ଗୁରୁତର ଅବସ୍ଥାରେ ଝିଅଟିକୁ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ବାପାକୁ ପୁଲିସ ଅଟକ ରଖି ଅଧିକ ପଚରାଉଚୁରା କରୁଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ କାସିମପୁର ପଞ୍ଚାୟତରେ ।

ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ଚନ୍ଦନ ମଲ୍ଲିକ, ସ୍ତ୍ରୀ ତଅପୋଇ ମଲ୍ଲିକ ଓ ୩ ବର୍ଷ ଶିଶୁ କନ୍ୟା ସହ ରହି ଆସୁଥିଲେ । ପୂର୍ବରୁ ଅନେକ ଥର ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ମାର ଧର କରୁଥିଲେ ଚନ୍ଦନ । ଗତକାଲି ପୁଣି ସମାନ ଘଟଣା କ୍ରମେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିଥିଲା । ଏଥିରେ ଚନ୍ଦନ ଉତକ୍ଷିପ୍ତ ହୋଇ ନିଜର ୩ ବର୍ଷ ଶିଶୁ କନ୍ୟାର ଯୌନାଙ୍ଗ ଟିକୁ ବ୍ଲେଡ ଯୋଗେ କାଟିଦେଇଥିଲେ। କୁନି ଶିଶୁ ଟିକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ମେଡିକାଲ ରେ ଭର୍ତ୍ତି କରିଥିବା ଜଣାପଡିଛି। ଅନ୍ୟପକ୍ଷେ ପିଶାଚ ବାପ କୁ ଗ୍ରାମବାସୀ ମାନେ ଗୋଡ଼ ହାତରେ ଲୁହା କଡ଼ି ପକାଇ ବାନ୍ଧି ପକାଇଥିଲ ।  ଖବର ପାଇ ଧୁଷୁରୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚନ୍ଦନକୁ ଉଦ୍ଧାର କରି ଥାନାକୁ ଆଣି ଅଧିକ ପଚରା ଉଚୁରା କରୁଛି । ପୁଲିସ ତଦନ୍ତ ପରେ ସ୍ପଷ୍ଟ ସୂଚନା ଆସିବ ବୋଲି ଜଣାପଡିଛି।

Leave A Reply

Your email address will not be published.