ରୋଜଗାରିଆ ପୁଅର ଦୁଇଟି ଯାକ କିଡନୀ ଫେଲ୍, ଜୀବନ ବଞ୍ଚେଇବାକୁ ନେହୁରା ହେଉଛନ୍ତି ବାପା, ମାଆ

ଭୁବନେଶ୍ବର : ପୁଅର ଜୀବନ ବଞ୍ଚାଇବାକୁ ସାହାଯ୍ୟ ମାଗୁଛନ୍ତି ବାପା,ମାଆ। ଘରର ରୋଜଗାରିଆ ପୁଅର ଦୁଇଟି ଯାକ କିଡନୀ ଫେଲ୍ ହୋଇଯାଇଛି। ଡାକ୍ତରରଙ୍କ କହିବା କଥା ପୁଅକୁ ଭଲ କରିବାକୁ ହେଲେ ଏବେ ଗୋଟିଏ ଉପାୟ ‘କିଡନୀ ଟ୍ରାନ୍ସପ୍ଲାଂଟ’। ତେବେ କିଡନୀ ଟ୍ରାନ୍ସପ୍ଲାଂଟ ପାଇଁ ଆବଶ୍ୟକ ଲକ୍ଷ ଲକ୍ଷ ଟଙ୍କା। ପରିବାର ପାଖରେ ଯାହା ଅର୍ଥ ଥିଲା ତାହା ସବୁ ପୁଅର ପ୍ରାଥମିକ ଚିକିତ୍ସାରେ ଖର୍ଚ୍ଚ ହୋଇସାରିଛି। ଏବେ କିଛି ଉପାୟ ନପାଇ ସରକାର ଓ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ଅପେକ୍ଷା କରିଛନ୍ତି ଦେବାନାଙ୍କ ବାପା-ମାଆ।

ଭୁବନେଶ୍ୱର ଶିରିପୁର ଅଞ୍ଚଳରେ ରୁହନ୍ତି ଦିବାନା ସ୍ୱାଇଁ। ବାପା ରଙ୍ଗ କାମ କରି ପରିବାର ପୋଷନ୍ତି। ରଙ୍ଗ କାମରେ ଯାହା କିଛି ମିଳେ ସେଥିରେ ଦୁଃଖକଷ୍ଟରେ ପରିବାର ଚଳିଯାଏ। ପୁଅ ଦିବାନା ପାଠ ପଢା ଶେଷ କରିବା ପରେ ନୂଆ ନୂଆ ରୋଜଗାର କରିବା ଆରମ୍ଭ କରିଥିଲେ। ବାପା ମା ଭାବିଥିଲେ, ପୁଅ ରୋଜଗାର କରି ଘର ସମ୍ଭାଳିବ । ବୁଢା ବୟସରେ କାନ୍ଧକୁ ବଳ ଦେବ, ହେଲେ ପୁଅର ଏପରି ଅବସ୍ଥା ଦେଖି  ବାପା ମାଙ୍କ ସବୁ ସ୍ୱପ୍ନ ଆଜି ଧୂଳିରେ ମିଶିଯାଉଛି, ସେ ସବୁ କିଛି ଆଶା ମଉଳି ଯାଉଛି ।

୩ ମାସ ତଳେ ହଠାତ୍ ଦିବାନାଙ୍କର ଦେହ ଖରାପ ହେବାକୁ ଲାଗିଲା । ଦେହ ହାତ ଫୁଲିବା ସହିତ କିଛି କିଛି ଲକ୍ଷଣ ପ୍ରକାଶ ପାଇଥିଲା । ଆଉ ଯେତେବେଳେ ଡାକ୍ତର କିଡନୀ ଫେଲ୍ କଥା କହିଥିଲେ । ସେତେବେଳେ ପୂରା ପରିବାରର ପାଦ ତଳୁ ହିଁ ମାଟି ଖସିଯାଇଥିଲା ।

ପୁଅକୁ ବଞ୍ଚେଇବା ପାଇଁ ଏବେ ହସ୍ପିଟାଲ ରୁ ହସ୍ପିଟାଲ ବୁଲୁଛନ୍ତି ବାପା ମାଆ । ଯାହା ଯେତିକି ସଞ୍ଚୟ ଥିଲା, ସେତକ ବି ସରିବାକୁ ବସିଲାଣି । ଦିବାନା ଭଲ ହେବାକୁ ହେଲେ, ଏବେ କିଡନୀ ଟ୍ରାନ୍ସପ୍ଲାଂଟ ଦରକାର ଥିବାବେଳେ, କେମିତି ଏତେ ଟଙ୍କା କେଉଁଠୁ ଆଣିବେ ତାକୁ ନେଇ ଚିନ୍ତାରେ ଦୁଃଖୀ ବାପା ମାଆ । ଆଉ ଘରର ଏମିତି ସ୍ଥିତିରେ ଭଉଣୀ ପାଠ ପଢାରେ ବି ଡୋରି ବନ୍ଧା ହେଇଛି । ଦିବାନାଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ଏବେ ଲକ୍ଷ ଲକ୍ଷ ଟଙ୍କା ଦରକାର ଥିବାବେଳେ, ସରକାରୀ ସାହାଯ୍ୟକୁ ଅନେଇ ବସିଛନ୍ତି ପୂରା ପରିବାର।

ଆପଣଙ୍କର ଛୋଟିଆ ସାହାଯ୍ୟ ମଧ୍ୟ ଦିବାନାଙ୍କୁ ଦେଇପାରିବ ନୂଆ ଜୀବନ । ଆପଣ ଯଦି ଦିବାନାଙ୍କୁ ସାହାଯ୍ୟର ହାତ ବଢେଇବାକୁ ଚାହୁଁଛନ୍ତି । ତାଙ୍କୁ କିଛି ବି ସାହାଯ୍ୟ କରିବାକୁ ଇଚ୍ଛା କରୁଛନ୍ତି ତେବେ ନିଶ୍ଚୟ ସାହାଯ୍ୟର ହାତ ବଢାନ୍ତୁ । ଆଉ ଦିବାନାଙ୍କ ଜୀବନ ବଞ୍ଚେଇବାରେ ଏ ପରିବାରକୁ ସହାୟ ହୁଅନ୍ତୁ ।

ନାମ – ଦିବାନା ସ୍ୱାଇଁ
ଆକାଉଣ୍ଟ ନମ୍ବର – 50502310715
ଆଇଏଫଏସସି କୋର୍ଡ –  IDIB000G597, ଆଲ୍ଲାବାଦ୍ ବ୍ୟାଙ୍କ୍
ଫୋନ୍ ପେ ନମ୍ବର – 7537994779

Leave a comment