bitcoin
Bitcoin (BTC) 2,286,065.02 0.78%
ethereum
Ethereum (ETH) 142,274.88 6.62%
tether
Tether (USDT) 77.50 0.00%
usd-coin
USD Coin (USDC) 77.59 0.11%
bnb
BNB (BNB) 24,022.52 5.29%
xrp
XRP (XRP) 30.48 3.23%
binance-usd
Binance USD (BUSD) 77.66 0.21%
cardano
Cardano (ADA) 37.52 6.12%
solana
Solana (SOL) 3,425.14 9.29%
dogecoin
Dogecoin (DOGE) 6.10 5.85%

ଆଇପିଏଲ୍‌ ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ, ଜାଣନ୍ତୁ ଏହି ଲିଷ୍ଟରେ ରହିଛି କେଉଁ କେଉଁ ଖେଳାଳିଙ୍କ ନାମ

ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍‍ର ୧୫ତମ ସଂସ୍କରଣ ଆରମ୍ଭ ହୋଇଯାଇଛି। ପ୍ରଥମ ଦୁଇ ସପ୍ତାହର ଖେଳରେ ଅନେକ ରୋମାଞ୍ଚକ ମ୍ୟାଚ୍‍ ଦେଖିବାକୁ ମିଳିଛି। ବିଶେଷ କରି କୋଲକାତା ନାଇଟ୍‍ ରାଇଡର୍ସର ଅଷ୍ଟ୍ରେଲୀୟ ଅଲ୍‍ରାଉଣ୍ଡର ପ୍ୟାଟ୍‍ କୁମିନ୍ସ ମୁମ୍ବଇ ଇଣ୍ଡିଆନ୍ସ ବିପକ୍ଷରେ ମାତ୍ର ୧୪ ବଲରେ ଅର୍ଦ୍ଧଶତକ ହାସଲ କରିବାର ଉଲ୍ଲେଖନୀୟ ଘଟଣା ରହିଥିଲା। ଏଥିସହ ଆଇପିଏଲ୍‍ ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାରେ ସେ ଲୋକେଶ ରାହୁଲଙ୍କ ସହ ସମକକ୍ଷ ହୋଇଛନ୍ତି। ଏହି ଲିଗ୍‍ ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିବା ଖେଳାଳିଙ୍କ ଉପରେ ନଜର ପକାଇବା।

ପ୍ୟାଟ୍‍ କୁମିନ୍ସ (୧୪ ବଲ୍‍)

ଆଇପିଏଲ୍‍ର ଚଳିତ ୧୫ତମ ସଂସ୍କରଣରେ ପ୍ୟାଟ୍‍ କୁମିନ୍ସ ମୁମ୍ବଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ମାତ୍ର ୧୪ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏପ୍ରିଲ ୬ରେ ଖେଳାଯାଇଥିବା ଏହି ମ୍ୟାଚରେ କୋଲକାତା ବ୍ୟାଟିଂକ୍ରମର ୭ମ ସ୍ଥାନରେ କୁମିନ୍ସ ବ୍ୟାଟିଂ କରିବାକୁ ଆସିଥିଲେ। ସେ ମୋଟ୍‍ ୧୫ ବଲ୍‍ ସାମ୍ନା କରି ୫୬ ରନ କରି ମୁମ୍ବଇ ହାତରୁ ବିଜୟ ଛଡ଼ାଇ ଆଣିଥିଲେ। ଦ୍ରୁତତମ ଅର୍ଦ୍ଧଶତକରେ ସେ ଲୋକେଶ ରାହୁଲଙ୍କ ସହ ସମକକ୍ଷ ହୋଇଛନ୍ତି।

ଲୋକେଶ ରାହୁଲ (୧୪ ବଲ୍‍)

ଆଇପିଏଲ୍‍ର ୨୦୧୮ ସିଜନରେ ପଞ୍ଜାବ କିଙ୍ଗ୍‍ସର ଲୋକେଶ ରାହୁଲ ୧୪ଟି ବଲ୍‍ ଖେଳି ଅର୍ଦ୍ଧଶତକ ପୂରଣ କରିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଏହି ମ୍ୟାଚରେ ରାହୁଲଙ୍କ ବିଧ୍ୱଂସୀ ବ୍ୟାଟିଂ ଦେଖିବାକୁ ମିଳିଥିଲା। ଆଇପିଏଲ୍‍ରେ ଏହା ଦ୍ରୁତତମ ଅର୍ଦ୍ଧଶତକର ରେକର୍ଡ ହୋଇ ୩ ବର୍ଷଯାଏ ରହିଥିଲା।

ୟୁସୁଫ ପଠାନ (୧୫ ବଲ୍‍)

୨୦୧୪ ସିଜନରେ ସନ୍‍ରାଇଜର୍ସ ହାଇଦରାବାଦ୍‍ ବିପକ୍ଷରେ କୋଲକାତା ନାଇଟ୍‍ ରାଇଡର୍ସର ୟୁସୁଫ ପଠାନ ୧୫ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ମ୍ୟାଚରେ ହାଇଦରାବାଦ୍‍ ୧୬୧ ରନର ଲକ୍ଷ୍ୟ କୋଲକାତା ସାମ୍ନାରେ ଧାର୍ଯ୍ୟ କରିଥିଲା। ଜବାବରେ ପଠାନଙ୍କ ୨୨ ବଲରେ ୭୨ ରନ ବଳରେ କୋଲକାତା ସହଜରେ ବିଜୟୀ ହୋଇଥିଲା। ଏହି ଇନିଂସରେ ୟୁସୁଫ ୭ ଛକା ଓ ୫ ଚୌକା ମାରିଥିଲେ।

ସୁନିଲ ନାରିନ (୧୫ ବଲ)

କୋଲକାତା ନାଇଟ୍‍ ରାଇଡର୍ସ ଓ ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ୨୦୧୭ରେ ଖେଳାଯାଇଥିବା ୪୬ତମ ମ୍ୟାଚରେ ସୁନିଲ ନାରିନ ୧୫ ବଲରେ ୫୦ ରନ କରିଥିଲେ। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ୧୫୮ ରନ କରିଥିଲା। ଜବାବରେ କୋଲକାତା ପାଇଁ ଇନିଂସ ଓପନ୍‍ କରିଥିବା ନାରିନ ୧୭ ବଲରେ ୬ ଚୌକା ଓ ୪ ଛକା ବଳରେ ୫୪ ରନ କରି ଦଳକୁ ୨୯ ବଲ୍‍ ପୂର୍ବରୁ ଜିତାଇଥିଲେ।

ସୁରେଶ ରାଇନା (୧୬ ବଲ୍‍)

ଚେନ୍ନଇ ସୁପର୍‍ କିଙ୍ଗ୍‍ସର ସୁରେଶ ରାଇନା ୨୦୧୪ରେ ପଞ୍ଜାବ କିଙ୍ଗ୍‍ସ ବିପକ୍ଷରେ ୨୫ ବଲ୍‍ରୁ ୮୭ ରନର ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ସେ ୧୬ ବଲରୁ ଅର୍ଦ୍ଧଶତକ ପୂରଣ କରିଥିଲେ ମଧ୍ୟ ଦଳକୁ ଜିତାଇ ପାରି ନ ଥିଲେ। ବୀରେନ୍ଦ୍ର ସେହ୍ୱାଗ (୧୨୨)ଙ୍କ ଶତକ ବଳରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୨୨୬ ରନ କରିଥିଲା। ଜବାବରେ ଚେନ୍ନଇ ୭ ୱିକେଟ୍‍ରେ ୨୦୨ ରନ କରିପାରିଥିଲା।

ଇଶାନ କିଶାନ (୧୬ ବଲ୍‍)

ଆଇପିଏଲ୍‍ର ୧୪ତମ ସଂସ୍କରଣରେ ମୁମ୍ବଇ ଇଣ୍ଡିଆନ୍ସର ଇଶାନ କିଶାନ ମାତ୍ର ୧୬ ବଲ୍‍ ଖେଳି ହାଇଦରାବାଦ୍‍ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ। ଆଇପିଏଲ୍‍ରେ ଏହା ୫ମ ଦ୍ରୁତତମ ଅର୍ଦ୍ଧଶତକୀୟ ଇନିଂସ। ମ୍ୟାଚରେ ଇଶାନ ୩୨ ବଲରୁ ୮୪ ରନ କରିଥିଲେ। ଏହି ମ୍ୟାଚରେ ମୁମ୍ବଇ ୯ ୱିକେଟ୍‍ରେ ୨୩୫ ରନ କରିପାରିଥିଲା। ଜବାବରେ ହାଇଦରାବାଦ୍‍ ୧୯୩ ରନ କରିବାକୁ ସମର୍ଥ ହୋଇଥିଲା।

କ୍ରିସ ଗେଲ୍‍ (୧୭ ବଲ୍‍)

ଆଇପିଏଲ୍‍ ଇତିହାସରେ ୨୦୧୩ରେ ୱେଷ୍ଟଇଣ୍ଡିଜର କ୍ରିସ୍‍ ଗେଲ୍‍ ଖେଳିଥିଲେ ଏକ ମାରାଥନ ଇନିଂସ। ବାଙ୍ଗାଲୋର ପକ୍ଷରୁ ପ୍ରତିନିଧିତ୍ୱ କରି ଗେଲ୍‍ ପୁନେ ୱାରିୟର୍ସ ବିପକ୍ଷରେ ୬୬ ବଲରେ ୧୭୫ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହି ଇନିଂସରେ ୧୭ ଛକା ଓ ୧୩ ଚୌକା ମାରିଥିଲେ। ଗେଲ୍‍ ମାତ୍ର ୧୭ ବଲ୍‍ରେ ନିଜର ଅର୍ଦ୍ଧଶତକ ପୂରଣ କରି ଦଳକୁ ୧୩୦ ରନରେ ଜିତାଇଥିଲେ।

ହାର୍ଦ୍ଦିକ ପାଣ୍ଡ୍ୟା (୧୭ ବଲ)

୨୦୧୯ ଆଇପିଏଲ୍‍ର ୪୭ତମ ମ୍ୟାଚ ମୁମ୍ବଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‍ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ କୋଲକାତା ପ୍ରଥମେ ବ୍ୟାଟିଂ କରି ୨ ୱିକେଟ୍‍ରେ ୨୩୨ ରନ କରିଥିଲା। ଜବାବରେ ମୁମ୍ବଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୩୪ ବଲରେ ୯୧ ରନର ଦ୍ରୁତ ଇନିଂସ ସତ୍ତ୍ବେ ୩୪ ରନରେ ପରାସ୍ତ ହୋଇଥିଲା। ଏହି ଇନିଂସ ଅବସରରେ ପାଣ୍ଡ୍ୟା ୧୭ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ।

କାଇରନ ପୋଲାର୍ଡ (୧୭ ବଲ୍‍)

ମୁମ୍ବଇ ଇଣ୍ଡିଆନ୍ସର କାଇରନ ପୋଲାର୍ଡ ୨୦୧୬ରେ କୋଲକାତା ବିପକ୍ଷରେ ଏକ ଦ୍ରୁତ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଯେଉଁଥିରେ ସେ ମାତ୍ର ୧୭ ବଲରୁ ୨ ଚୌକା ଓ ୬ ଛକା ବଳରେ ୫୧ ରନ କରି ଅପରାଜିତ ରହିଥିଲେ। ପୋଲାର୍ଡଙ୍କ ଏହି ଇନିଂସ ବଳରେ ମୁମ୍ବଇ ୬ ୱିକେଟ୍‍ ଓ ୧୨ ବଲ୍‍ ବଳକା ଥାଇ ବିଜୟୀ ହୋଇଥିଲା।

ଆଦାମ ଗିଲଖ୍ରୀଷ୍ଟ (୧୭ ବଲ୍‍)

୨୦୦୯ ଆଇପିଏଲ୍‍ର ପ୍ରଥମ ସେମିଫାଇନାଲରେ ଡେକାନ ଚାର୍ଜସ ଓ ଦିଲ୍ଲୀ ଡେୟାରଡେଭିଲ୍ସ ସାମ୍ନାସାମ୍ନି ହୋଇଥିଲେ। ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୧୫୩ ରନ କରିଥିଲା। ଜବାବରେ ଡେକାନ ଚାର୍ଜସ ଅଧିନାୟକ ଆଦାମ ଗିଲଖ୍ରୀଷ୍ଟଙ୍କ ୮୫ ରନ ଇନିଂସ ବଳରେ ୬ ୱିକେଟ୍‍ରେ ସହଜ ବିଜୟ ଲାଭ କରିଥିଲା। ଗିଲ୍‍ଖ୍ରୀଷ୍ଟ ଏହି ଇନିଂସରେ ୧୭ ବଲରୁ ଅର୍ଦ୍ଧଶତକ ପୂରଣ କରି ଦ୍ରୁତତମ ଅର୍ଦ୍ଧଶତକୀୟ ବ୍ୟାଟର୍‍ ତାଲିକାରେ ନିଜ ନାମ ଲିପିବଦ୍ଧ କରିଥିଲେ।

କ୍ରିସ୍‍ ମୋରିସ (୧୭ ବଲ୍‍)

ଦକ୍ଷୀଣ ଆଫ୍ରକୀୟ ଅଲ୍‍ରାଉଣ୍ଡର କ୍ରିସ୍‍ ମୋରିସ ମଧ୍ୟ ଦ୍ରୁତତମ ଅର୍ଦ୍ଧଶତକୀୟ ବ୍ୟାଟର୍‍ ତାଲିକାରେ ନିଜ ନାମ ଲିପିବଦ୍ଧ କରିଛନ୍ତିି। ଆଇପିଏଲ୍‍ର ୨୦୧୬ ସିଜନରେ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରି ଗୁଜରାଟ ଲାୟନ୍ସ ବିପକ୍ଷରେ ମୋରିସ ୧୭ ବଲରେ ଅର୍ଦ୍ଧଶତକ ଏବଂ ୩୨ ବଲରେ ୮୨ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଏହି ଇନିଂସରେ ସେ ୮ ଛକା ଓ ୪ ଚୌକା ମାରିଥିଲେ। ଏହାସତ୍ତ୍ବେ ଦିଲ୍ଲୀ ୧ ରନରେ ଗୁଜରାଟ ନିକଟରୁ ପରାସ୍ତ ହୋଇଥିଲେ।

Leave a comment