ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଭାଲୁ ଆକ୍ରମଣରେ ଚାଷୀ ଗୁରୁତର: ଚାଷ ଜମିକୁ ଯିବାବେଳେ ଭାଲୁ ହାବୁଡ଼ରେ ପଡିଲେ ଚାଷୀ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ କଳିଆ ହତା ଫରେଷ୍ଟ ବିଟ ଅନ୍ତର୍ଗତ ସାରୁପାଟ ଠାରେ ଜଣେ ଚାଷୀ ତାଙ୍କର ଚାଷ ଜମିରେ କାମ କରିବାକୁ ଯିବା ବେଳେ ଏକ ଜଙ୍ଗଲୀ ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡିଛି। ଉକ୍ତ ଚାଷୀ ଜଣଙ୍କ ହେଲେ ସାରୁପାଟ ଗ୍ରାମର ସୁରେଶ ମହାରଣା(୪୮) ।

ସୂଚନା ଅନୁଯାୟୀ, ସୁରେଶ ଆଜି ସକାଳୁ ଗାଁ ନିକଟସ୍ଥ ବାଙ୍କଶାଳା ହୁଡ଼ି ପାଖରେ ଥିବା ତାଙ୍କ ଚାଷ ଜମିକୁ ଯାଉଥିଲେ। ଏତିକିବେଳେ ଏକ ଜଙ୍ଗଲୀ ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ଚାଷ ଜମିରେ ଥିବା ଅନ୍ୟ ଲୋକମାନେ ଚିତ୍କାର ଶୁଣି ପାଟିତୁଣ୍ଡ କରିବାରୁ ଭାଲୁ ତାଙ୍କୁ ଛାଡି ପଳାଇଥିଲା। ତାଙ୍କୁ ଉଦ୍ଧାର କରାଯାଇ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପ୍ରକାଶ ଯୋଗ୍ୟ ଯେ, ମଙ୍ଗଳବାର ଦିନ ମଧ୍ୟ ତେଲକୋଇ ବ୍ଲକ ଅଞ୍ଚଳରେ ଭାଲୁ ଆକ୍ରମଣରେ ୨ ଜଣ ଗୁରୁତର ହୋଇଥିଲେ।

Leave A Reply

Your email address will not be published.