ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାରିବାରିକ କଳହର କରୁଣ ପରିଣତି: ସ୍ବାମୀର କୁରାଢ଼ୀ ଚୋଟରେ ସ୍ତ୍ରୀ ମୃତ

ପତ୍ନୀହନ୍ତା ସ୍ୱାମୀକୁ ବାନ୍ଧିଲା ପୁଲିସ

ଗରଦପୁର: ପାରିବାରିକ କଳହରୁ ଚାଲିଗଲା ଜୀବନ। ଘରୋଇ କଳି ଏବଂ ଆର୍ଥିକ ଅନଟନ ଯୋଗୁ ମାନସିକ ଭାରସାମ୍ୟ ହରାଇ ନିଜ ପତ୍ନୀଙ୍କୁ କୁରାଢ଼ୀରେ ହାଣି ହତ୍ୟାକଲା ସ୍ୱାମୀ। ଶୋଇଥିବା ଅବସ୍ଥାରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ଯାକରିଛି ସ୍ବାନୀ। ଏହିଭଳି ବିଭତ୍ସ ହତ୍ୟାକାଣ୍ଡ ପାଟକୁରା ଥାନା ଅଧିନ ତେଣ୍ଡାକୁଡ଼ା ଗାଁର ସେକ୍ ମାହାଲା ସାହିରେ ଘଟିଛି।  ଯାହାକୁ ନେଇ ତେଣ୍ଡାକୁଡା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ସୂଚନା ଅନୁଯାୟୀ, ତେଣ୍ଡାକୁଡା ପଞ୍ଚାୟତର ମରମହଲାର ବସ୍ତିରେ ମାନନ ଅଲ୍ଲୀ ତାଙ୍କ ସ୍ତ୍ରୀ ପ୍ୟାରୁଲ ବିବି ଓ ତାଙ୍କ ୧୫ ବର୍ଷ, ୨୦ ବର୍ଷ , ୨୨ ବର୍ଷର ୩ ପୁଅକୁ ନେଇ ରୁହନ୍ତି । ମନାନ ଅଲ୍ଲୀ ମୁଲମଜୁରି ଲାଗି ଗୁଜରଣ ମେଣ୍ଟାଇଥାଆନ୍ତି । ଘରର ଆର୍ଥିକ ସ୍ୱଛଳତା ଭଲ ନ ଥିବାରୁ ମଝିରେ ମଝିରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ଲାଗିରହିଥାଏ। ଗତକାଲି ପରିବାର ଲୋକ ସମସ୍ତେ ଖାଇପିଇ ଶୋଇଗଲା ପରେ ସେକ ମନନ ଅଲ୍ଲି ରାତି ପ୍ରାୟ ଏକଟା ସମୟରେ ନିଶାଶକ୍ତ ଅବସ୍ଥାରେ ଆସି ଘର ମଧ୍ୟରେ ଥୁଆ ହୋଇଥିବା ଏକ କୁରାଢୀ ଆଣି ସ୍ତ୍ରୀର ବେକରେ ଚୋଟ ମାରିଥିଲା । ଘଟଣାସ୍ଥଳରେ ଛଟପଟ ହୋଇ ପ୍ୟାରୁଲର ଜୀବନ ଚାଲିଯାଇଥିଲା । ଘରପାଖ ପଡୋଶୀ ପାଟି ଶୁଣି ଆସି ଦେଖନ୍ତି ରକ୍ତ ଜୁଡୁବଡୁ ଅବସ୍ଥାରେ ପ୍ୟାରୁଲ ପଡିଥିବାର ଦେଖି ଥାନାକୁ ଖବର ଦେଇଥିଲେ। ପାଟକୁରା ଥାନା ଅଧିକାରୀ ସରୋଜ ସାହୁ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ସ୍ୱାମୀ ମନାନ ଅଲ୍ଲୀକୁ ଥାନାକୁ ଆଣି ଅଟକ ରଖିଥିଲେ। ସକାଳୁ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ରକ୍ତଲଗା କୁରାଢି ଜବତ କରିଥିଲେ। ଶବକୁ ଜବତ କରି ପୋଷ୍ଟମଟମ ପାଇଁ କେନ୍ଦ୍ରାପଡା ମୁଖ୍ୟ ଡାକ୍ତରଖାନା ପଠାଇଦେଇଥିଲେ । ଘରପାଖ ପଡେଶୀ ଙ୍କ କହିବା କଥା ଅଭିଯୁକ୍ତ ମନାନଙ୍କର ମୁଣ୍ଡ ବିକୃତ ଥିବାରୁ ସେ ଅତିତରେ ୨ /୩ ଥର ନିଜେ ମଧ୍ୟ ଘରେ ରଶିଲଗାଇ ଆତ୍ମହତ୍ୟା ଉଦ୍ୟାମ କରିବା ସହିତ ନିଜ ଘରେ ନିଆଁ ଲଗାଇବାଭଳି ଘଟଣା ଘଟାଇଛନ୍ତି। ପୁଲିସ ଏ ସଂକ୍ରାନ୍ତ୍ରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ ମନାନ ଅଲ୍ଲିକୁ ଗିରଫ କରି କୋର୍ଟଚାଲାଣ କରିଛି।

Leave A Reply

Your email address will not be published.