ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାଲ୍‍ ଶିକ୍ଷକ ପ୍ରସଙ୍ଗ : ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି ପାଇଁ ବିଭାଗର ପୁନଃ ନିର୍ଦ୍ଦେଶ

ଭୁବନେଶ୍ୱର : ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରୁ ପ୍ରଥମ ପର୍ଯ୍ୟାୟ ଯାଞ୍ଚ ପ୍ରକ୍ରିୟାରେ ୨୫୨ ଶିକ୍ଷକ ଚିହ୍ନଟ ହେବା ପରେ ପୁଣି ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି। ଏବେ ସୁଦ୍ଧା ୩ଶହରୁ ଅଧିକ ଶିକ୍ଷକ ଯାଞ୍ଚ ପ୍ରକ୍ରିୟାରେ ଚିହ୍ନଟ ହୋଇଥିବା ବେଳେ ଆହୁରି ଶତାଧିକ ଶିକ୍ଷକଙ୍କ ଯୋଗ୍ୟତାଗତ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି। ରାଜ୍ୟ ବାହାରର ଶିକ୍ଷାନୁଷ୍ଠାନରୁ ସାର୍ଟିଫିକେଟ୍‍ ହାସଲ କରିଥିବା ପିଲାଙ୍କ ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚରେ ଅନେକ ସମସ୍ୟା ହେଉଛି। ଶିକ୍ଷାନୁଷ୍ଠାନଗୁଡ଼ିକରୁ ତଥ୍ୟ ବହୁ ବଳମ୍ବରେ ଆସୁଥିବା ବିଭାଗ ଦର୍ଶାଇଛି।

ସମଗ୍ର ରାଜ୍ୟରେ ୨୫୨ ଜଣ ଶିକ୍ଷକ ଜାଲ୍‍ ପ୍ରମାଣ ପତ୍ର ଦେଇ ଚାକିରି କରିଥିବା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପ୍ରଥମ ପର୍ଯ୍ୟାୟରେ ଉଚ୍ଚ ନ୍ୟାୟାଳୟରେ ତଥ୍ୟ ରଖିଥିଲେ। ବର୍ତ୍ତମାନ ଯାଞ୍ଚ ପ୍ରକ୍ରିୟା ଜାରି ଥିବାବେଳେ ଏହି ସଂଖ୍ୟା ମଧ୍ୟ ଆହୁରି ବଢ଼଼ିଛି। ନକଲି ଶିକ୍ଷକଙ୍କ ସଂଖ୍ୟା ୩ଶହ ଅତିକ୍ରମ କରିଥିବା ବେଳେ ନକଲି ମାଟ୍ରିକ୍‍ ସାର୍ଟିଫିକେଟ୍‍ ଦେଇ ମଧ୍ୟ ଚାକିରି ହାତେଇଥିବାର ତଥ୍ୟ ସାମ୍ନାକୁ ଆସିଛି। ନକଲି ଶିକ୍ଷକ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରିବା ତଥା ନକଲି ଶିକ୍ଷକଙ୍କ ବିରୋଧରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶାଳୟ ତାଗିଦ୍‍ କରିଛି। ନକଲି ଶିକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷତଃ ରାଜ୍ୟ ବାହରର ଶିକ୍ଷାନୁଷ୍ଠାନଗୁଡ଼ିକରୁ ଯୋଗ୍ୟତା ହାସଲ କରିଥିବା ପିଲାଙ୍କ ଯୋଗ୍ୟତା ପ୍ରମାଣପତ୍ର ଭଲଭାବେ ଯାଞ୍ଚ ପାଇଁ ବିଭାଗ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛି

Leave A Reply

Your email address will not be published.