ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭଡ଼ା ଘରୁ ୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ, ଜଣେ ଗିରଫ

ଯାଜପୁର: ଭଡ଼ା ଘରୁ ଜବତ ହେଲା ୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ । ଯାଜପୁର ଟାଉନ୍ ଥାନା ଅନ୍ତର୍ଗତ ସନ୍ଥ ମହାଦେବ ନିକଟ ଏକ ଭଡ଼ା ଘରୁ ବିପୁଳ ପରିମାଣର ଜାଲ୍ ନୋଟ୍ ଜବତ କରିଛି ପୋଲିସ । ଜବତ ଟଙ୍କା ମଧ୍ୟରେ ଏକାଧିକ ୨ ଶହ ଟଙ୍କିଆ ନୋଟ୍ ଓ ଶହେ ଟଙ୍କିଆ ଜାଲ୍ ନୋଟ୍ ରହିଥିବା ଜଣାପଡ଼ିଛି । ମାମଲାରେ ଜଣଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ମଙ୍ଗଳପୁର ଥାନା କାଟିଆ ଅଞ୍ଚଳର ବୋଲି ସୂଚନା ମିଳିଛି।

ଅଭିଯୁକ୍ତଙ୍କ ନିକଟରୁ ଲକ୍ଷ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ ହେବା ସହ ଜାଲ୍ ନୋଟ ପ୍ରସ୍ତୁତ ପାଇଁ ବ୍ୟବହୃତ ପ୍ରିଣ୍ଟର, କମ୍ପ୍ୟୁଟର, ପେପର୍ ଏବଂ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । ଏନେଇ ମଧ୍ୟାହ୍ନରେ ପ୍ରେସମିଟରେ ବିସ୍ତୃତ ସୂଚନା ଦେବ ପୋଲିସ । ଜାଲ୍ ନୋଟ କାରବାରର ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ସେନେଇ ପୋଲିସ ଅଧିକ ତଦନ୍ତ କରୁଛି ।

Leave A Reply

Your email address will not be published.