ରାଜଧାନୀରୁ ଜବତ ହେଲା ପୁଳା ପୁଳା ନକଲି ନୋଟ୍

ଭୁବନେଶ୍ୱର: ରାଜଧାନୀରୁ ଜବତ ହେଲା ପୁଳା ପୁଳା ନକଲି ନୋଟ୍ । ଭୁବନେଶ୍ୱରରୁ ୭ ଲକ୍ଷର ନକଲି ନୋଟ୍ ଜବତ ହୋଇଛି । ନକଲି ନୋଟ୍ ଜବତ କରିଛି ଖାରବେଳ ନଗର ଥାନା ପୁଲିସ । ଏହି ଜାଲ ନୋଟ୍ ଜବତ ସହ ୨ ଜଣଙ୍କୁ ଗିରଫ କରିଛି ପୁଲିସ । ଏହା ସହ ୭ ଲକ୍ଷର ୨୦୦ ଟଙ୍କିଆ ନକଲି ନୋଟ ସହ ପ୍ରିଣ୍ଟି ମେସିନ ଜବତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।

ସୂଚନା ଅନୁଯାୟୀ, ଜାଲ୍‌ ନୋଟ କାରବାର ନେଇ ପୁଲିସ ପାଖକୁ ଏକ ବିଶେଷ ସୂତ୍ରରେ ସୂଚନା ମିଳିଥିଲା । ମିଳିଥିବା ସୂଚନା ଆଧାରରେ ଖାରବେଳନଗର ଥାନା ପୁଲିସ ଉକ୍ତ ଅଞ୍ଚଳରେ ଚଢ଼ାଉ ଆରମ୍ଭ କରିଥିଲେ । ଏହି ଚଢାଉରେ ୨୦୦ ଟଙ୍କିଆ ନକଲି ନୋଟ ଜବତ କରିଛି ପୁଲିସ । ତେବେ ଜବତ ହୋଇଥିବା ଟଙ୍କା ପ୍ରାୟ ୭ ଲକ୍ଷ ହେବ ବୋଲି ପୁଲିସ କହିଛି । ଏହା ସହିତ ନକଲି ନୋଟ କାରବାର ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ପୁଲିସ ।

Leave a comment