୩୦୦ ଟଙ୍କା ଦିଅନ୍ତୁ ଲକ୍‌ଡାଉନ୍‌ରେ ମନଇଚ୍ଛା ବୁଲନ୍ତୁ

ଭୁବନେଶ୍ୱର: ଫେକ୍ ଆଇଡି କାର୍ଡ ତିଆରି କରି ବନ୍ଧା ହେଲେ ଯୁବକ । ଲକଡାଉନ ଓ ସଟଡାଉନରେ ୩୦୦ଟଙ୍କା ବିନିମୟରେ ଅମାନିଆଙ୍କୁ ବାହାରେ ବୁଲିବା ପାଇଁ ଯୁବକ ଜଣକ ବିଭିନ୍ନ କମ୍ପାନୀର ନକଲି ଆଇକାର୍ଡ ଯୋଗାଉଥିଲେ। ଏଭଳି ନକଲି ଆଇକାର୍ଡ ବିକି ଧରାପଡିଲେ ଯୁବକ । ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀ ଓ ମିଡିଆ ହାଉସ ନାଁରେ ଆଇକାର୍ଡ କରି ବ୍ୟକ୍ତି ଜଣଙ୍କ ବିକୁଥିଲା । ଯୁବକଙ୍କ ନିକଟରୁ ୧୦୦ରୁ ଅଧିକ ନକଲି ଆଇକାର୍ଡ ଜବତ କରିଛି ଚନ୍ଦ୍ରଶେଖର ପୋଲିସ । ଯେଉଁ ଆଇ କାର୍ଡ ଜରୁରୀ କାଳୀନ ସେବାରେ ଲାଗି ପାରିବ ସେହିପରି ଆଇ କାର୍ଡ ଅମାନିଆଙ୍କୁ ଯୁବକ ଜଣକ ଯୋଗାଉ ଥିଲେ । ଡମଣା ଅଞ୍ଚଳର ଏଭଳି ଜଣେ ଯୁବକଙ୍କୁ ଗିରଫ କରିଛି ଚନ୍ଦ୍ରଶେଖର ପୋଲିସ ।

ଡମଣା ଅଞ୍ଚଳର ଏହି ଯୁବକ ଜଣକ ଏକ ଦୋକାନ ଦେଇ ସେଠାରେ ବିଭିନ୍ନ କମ୍ପାନୀର ନକଲି ଆଇକାର୍ଡ ପ୍ରସ୍ତୁତ କରୁଥିଲେ । ଗୋଟିଏ ଆଇ କାର୍ଡକୁ ୩୦୦ ରୁ ୫୦୦ ଟଙ୍କାରେ ଅମାନିଆଙ୍କୁ ବିକ୍ରି କରୁଥିଲେ । ସେଠାରେ ବିଭିନ୍ନ କମ୍ପାନୀର ନକଲି ଆଇ କାର୍ଡ ପ୍ରସ୍ତୁତ କରି ଅମାନିଆଙ୍କୁ ବାହାରେ ବୁଲିବା ପାଇଁ ଦେଉଥିଲେ ।

Leave a comment