ସୁନା କିଣୁଥିଲେ ସାବଧାନ ! ଅସଲି ଦେଖାଇ ନକଲି ବିକ୍ରି କରୁଛନ୍ତି ଛତିଶଗଡ଼ ଠକ, ଦୁଇ ଗିରଫ

ଭୁବନେଶ୍ୱର: ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି, ତେବେ ସାବଧାନ ହୋଇଯାଆନ୍ତୁ । କାରଣ କିଛି ଠକ ଅବିକଳ ଅସଲି ଦେଖାଯାଉଥିବା ନକଲି ସୁନା ବଜାରରେ ବିକ୍ରି କରିବା ପାଇଁ ଜୋରସୋରରେ ପ୍ଲାନ କରୁଛନ୍ତି । ଏହି ଠକମାନେ ଛତିଶଗଡ଼ରୁ ଆସି ଓଡ଼ିଶାରେ ଏଭଳି ଯୋଜନା କରୁଥିବା ସୂଚନା ମିଳିଛି । ଅସଲି ସୁନା ଭଳି ଦେଖାଯାଉଥିବା ଚେନ୍ ବିକ୍ରି କରୁଥିବା ଦୁଇ ଜଣ ଠକଙ୍କୁ କନିଶନରେଟ୍ ପୁଲିସ୍ ଗିରଫ କରିବା ପରେ ପୂରା ଘଟଣା ଉପରୁ ପରଦା ହଟିଛି । ଦୁଇ ଅଭିଯୁକ୍ତ ହେଲେ ଘନଶ୍ୟାମ ସୋଲାଙ୍କି ଓ ମୋହନ ସୋଲାଙ୍କି । ଦୁଇ ଅଭିଯୁକ୍ତ ୫ହଜାର ଟଙ୍କାର ଅସଲି ସୁନା ଦେଖାଇ ୫୦ ଲକ୍ଷ ଟଙ୍କାର‌ ନକଲି ସୁନା ବିକ୍ରି ପାଇ ପ୍ଲାନ କରିଥିଲେ ।

ସୂଚନା ଅନୁସାରେ, ଜଦୟଦେବବିହାର ନିକଟରେ ଥିବା ବସ ଷ୍ଟାଣ୍ଡରେ ଦୁଇ ଜଣ ଲୋକ ସୁନା କିଣାବିକା ନେଇ ମୂଲଚାଲ କରୁଥିଲେ । ଜଣେ ବ୍ୟବସାୟିକୁ ୫୦ ଲକ୍ଷର ସୁନା କହି ୧୫ଲକ୍ଷରେ ବିକ୍ରି ପାଇ ପ୍ଲାନ କରିଥିଲେ । ଜୟଦେବ ବିହାର ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏମାନେ ହାବୁଡରେ ପଡିଯାଇଥିଲେ । ଏମାନଙ୍କ ପାଖରୁ ୨ କିଲୋ ନକଲି ସୁନା ଜବତ ହୋଇଛି। ଅଭଯୁକ୍ତ ମାନେ ବିଭିନ୍ନ ବସ ଷ୍ଟପ ଓ ରେଳ ଷ୍ଟେସନରେ ଟାର୍ଗେଟ କରୁଥିଲେ ଲୋକଙ୍କୁ । ପ୍ରଥମେ ଅସଲି ସୁନାର ସାମ୍ପଲ ଦେଇ ଲୋକଙ୍କ ଭରସା ଜିତୁଥିଲେ । ଏପରିକି ସୁନାର‌ ବଜାର‌ ଦାମ ଠାରୁ ଅଧା ଦରରେ ବିକ୍ରି ପାଇ ଉସୁକାଉଥିଲେ । କିନ୍ତୁ ଗ୍ରାହକଙ୍କୁ ଏମାନେ ଦେଉଥିଲେ ନକଲି ସୁନା। ଆଉ ଏହାକୁ ବିକ୍ରି କରିବା ପରେ ତୁରନ୍ତ ସେହି ଜାଗା ଛାଡ଼ି ପଳାଉଥିଲେ।

ଭୁବନେଶ୍ବରରେ ଏଭଳି ତରିକାରେ ଅପରାଧ କରିବା ପୂର୍ବରୁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଆଗକୁ ଧନତେରସ ଥିବାରୁ ବଜାର ଡିମାଣ୍ଡ ଦେଖି ବିକ୍ରି ପାଇ ପ୍ଲାନ କରୁଥିଲେ ଦୁଇ ଅଭିଯୁକ୍ତ । ରାଜ୍ୟ ବାହରରେ ଏଭଳି ଢଙ୍ଗରେ ଅନେକ ଜାଗାରେ ଲୋକଙ୍କୁ ନକଲି ସୁନା ଦେଖାଇ ଲୁଟ କରିଛନ୍ତି ବୋଲି ପୋଲିସ ସୂଚନା ମିଳିଛି ।

Leave a comment