ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଛାତ୍ରୀଙ୍କ ନାମରେ ଫେକ ଫେସବୁକ ଆଇଡ଼ି, ଅଶ୍ଲୀଳ ଫଟୋ ଅପଲୋଡ଼ ନେଇ ଥାନାରେ ଅଭିଯୋଗ

କେନ୍ଦ୍ରାପଡା: ଫୁଣି ଜଣେ ଛାତ୍ରୀଙ୍କ ଫେକ ଫେସବୁକ ଆଇଡି ଖୋଲି ଅଶ୍ଲୀଳ ଫଟୋ ଆଉ ଭିଡ଼ିଓ ଅପଲୋଡ଼ କରିଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଛି।

ପୁଲିସ ସୂଚନା ମୁତାବକ, କେହି ଜଣେ ଦୁର୍ବୃତ୍ତ ବଗଡ଼ା ପଞ୍ଚାୟତ ବଳିରାଜ ଗ୍ରାମର ଜଣେ ଛାତ୍ରୀଙ୍କ ନାମରେ ଫେସବୁକରେ ଫେକ ଆଇଡି ଖୋଲିଛି। ଛାତ୍ରୀଙ୍କ ଫଟୋକୁ ଫେସବୁକ ଆକାଉଣ୍ଟ ପ୍ରୋଫାଇଲ ସହ କଭର ପେଜରେ ରଖିଛନ୍ତି। ଆଉ ସେହି ଆକାଉଣ୍ଟରେ ବିଭିନ୍ନ ପ୍ରକାରର ଅଶ୍ଲୀଳ ଭିଡ଼ିଓ ଆଉ ଫଟୋ ସେୟାର କରାଯାଇଛି। ସବୁଠାରୁ ବଡ଼ କଥା ହେଲା ଛାତ୍ରୀ ଜଣକ ଆଜି ପର୍ଯ୍ଯନ୍ତ ସେ ନିଜେ ଫେସବୁକରେ ଆକାଉଣ୍ଟ ଖୋଲି ନାହାନ୍ତି। ହେଲେ ଫେକ ଆକାଉଣ୍ଟ ଖୋଲାଯାଇ ଅଶ୍ଲୀଳ ଭିଡ଼ିଓ ଫଟୋ ଅପଲୋଡ଼ କରାଯାଇଛି। ଏହାପରେ ଛାତ୍ରୀଙ୍କ ଅଞ୍ଚଳର ଯୁବକଯୁବତୀ ଆଉ ତାଙ୍କ କଲେଜ ସାଙ୍ଗକୁ ଫ୍ରେଣ୍ଡ ରିକୁଏଷ୍ଟେ ପଠାଯାଇଛି। ଛାତ୍ରୀଙ୍କୁ ବଦନାମ କରିବାକୁ ଏହିଭଳି କାରନାମା କରାଯାଇଥିବା ନେଇ ଛାତ୍ରୀ ଜଣକ ଏତଲାରେ ଦର୍ଶାଇଛନ୍ତି। ଫେକ ଆକାଉଣ୍ଟରେ ସେୟାର ହୋଇଥିବା ଅଶ୍ଲୀଳ ଭିଡ଼ିଓ ଫଟୋରେ ଅନେକ ପ୍ରକାରର ଅସଭ୍ୟ କମେଣ୍ଟ ଦିଆଯାଇ ଛାତ୍ରୀଙ୍କ ଚରିତ୍ର ସଂହାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହାଛଡା ଛାତ୍ରୀଙ୍କ ମୋବାଇଲକୁ ଅନେକ ଅଜଣା ନମ୍ବରରୁ କଲ ଆସୁଛି। ଅନେକ ପ୍ରକାରର ଅସଭ୍ୟ କଥା ଶୁଣିବାକୁ ପଡୁଛି। ସେପଟେ ଛାତ୍ରୀ ଜଣକ ନିଜ ଅଞ୍ଚଳରେ ମୁଣ୍ଡ ଟେକି ବାଟ ଚାଲି ପାରୁନାହାନ୍ତି କ୍ଷ ଶେଷରେ ବାଧ୍ୟ ହୋଇ ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.