ରାଜଧାନୀରେ ଭଣ୍ଡବାବାର କଳା କାରନାମା : ନକଲି ଫେସବୁକ ଆଇଡ଼ି କରି ପଠାଉଥିଲା ନଗ୍ନ ଫଟୋ
ରାଜଧାନୀରେ ଭଣ୍ଡବାବାର କଳା କାରନାମା । ନକଲି ଫେସବୁକ ଆଇଡ଼ି କରି ପଠାଉଥିଲା ନଗ୍ନ ଫଟୋ । ଜଣେ ନାବାଳିକାଙ୍କ ନାଁରେ ଖୋଲିଥିଲା ଫେସବୁକ ଆଇଡି । ସମ୍ପୃକ୍ତ ନାବାଳିକାଙ୍କୁ କରୁଥିଲା ପ୍ରେମ ନିବେଦନ । ନାବାଳିକା ରାଜି ନହେବାରୁ ଦେଉଥିଲା ଧମକ । ପରିବାର ଲୋକଙ୍କୁ ମାଗିଥିଲା ଟଙ୍କା, କରୁଥିଲା ବ୍ଲାକମେଲ । ଅଭିଯୁକ୍ତକୁ ଗିରଫ କଲା ଭୁବନେଶ୍ୱର ସାଇବର ଥାନା ପୋଲିସ। ଅଭିଯୁକ୍ତର ନାଁ ପରୀକ୍ଷିତ ନାୟକ, ଘର ଅନୁଗୁଳ ରାଜଧାନୀରେ କାଳିଆ ଦାସ ନାଁରେ ରହୁଥିଲା ପରୀକ୍ଷିତ। ଇସ୍କନ ଦୀକ୍ଷିତ ଥିବା ପରୀକ୍ଷିତ ମନ୍ଦିରରେ ଚଳାଇଥିଲା ଭାଣ୍ଡାମି । ପରୀକ୍ଷିତ ଟାର୍ଗେଟରେ ଥିଲେ ୧୮ ରୁ ୨୫ ବର୍ଷୀୟ ଯୁବତୀ ।