ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନକଲି ଡିଏସ୍‌ପି ଗିରଫ

ଭୁବନେଶ୍ବର : ୟୁନିଟ୍-୯ ଅଞ୍ଚଳରୁ ଜଣେ ନକଲି ଡିଏସ୍‌ପିଙ୍କୁ ଧରିଛି ସହିଦନଗର ଥାନା ପୁଲିସ। ପୁଲିସ ତାକୁ ଥାନାରେ ଅଟକ ରଖୁ ପଚରାଉଚରା କରୁଛି। ରବିବାର ରାତିରେ ଯୁବକ ଜଣକ ଅନ୍ୟ କେତେକ ଯୁବକଙ୍କ ସହ ମିଶି ୟୁନିଟ୍ ୯ରେ ମଦ ପିଉଥିଲେ। ଖବରପାଇ ପିସିଆର୍ ଭ୍ୟାନ ପହଞ୍ଚିଥିଲା । ତାଙ୍କୁ ପଚାରିବାରୁ ସେ ପୁଲିସକୁ ନାଲିଆଖ୍ ଦେଖାଇବା ସହ ନିଜକୁ ଡିଏସ୍‌ପି ବୋଲି ପରିଚୟ ଦେଇଥିଲେ । କିନ୍ତୁ ପୁଲିସ ପଚରାଉଚରା କରିବା ସହ ଯାଞ୍ଚ ବେଳେ ନକଲି ବୋଲି ଜଣାପଡ଼ିଥିଲା ।

ଏମିତିକି ଫେସ୍‌ବୁକ୍‌ରେ କୋରାପୁଟର ଡିଏସ୍‌ପି ବୋଲି ଲେଖୁଛି । ସେହିପରି ଅନେକ ସମୟରେ ବିଭିନ୍ନ ଛକରେ ନିଜକୁ ଡିଏସ୍‌ପି ବୋଲି ପରିଚୟ ଦେଇ ସହରରେ ବୁଲାବୁଲି କରୁଥିଲେ। ତେବେ ଆଜି ସହିଦନଗରଥାନା ପୁଲିସ ହାତରେ ଧରାପଡ଼ିବା ପରେ ତା’ ଠାରୁ କିଛି କାଗଜପତ୍ର ଜବତ କରି ତଦନ୍ତ କରୁଛି । ଗତ ସପ୍ତାହରେ ପୁଲିସ ଜଣେ ନକଲି ଆର୍ମି ଅଫିସରଙ୍କୁ ଗିରଫ କରିଥିଲା।

Leave A Reply

Your email address will not be published.