ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରସିକିଆ ନକଲି ଡାକ୍ତରଙ୍କ ଅସଲି ସ୍ତ୍ରୀ ଗିରଫ, ଝାଡଖଣ୍ଡରୁ ବାନ୍ଧିଲା କମିଶନରେଟ ପୋଲିସ

ଭୁବନେଶ୍ଵର: ରସିକିଆ ନକଲି ଡାକ୍ତର ରମେଶଚନ୍ଦ୍ର ସ୍ବାଇଁଙ୍କ ପତ୍ନୀ କମଳା ସ୍ୱାଇଁଙ୍କୁକୁ କମିସନରେଟ ପୁଲିସର ପିଙ୍କ ଟିମ ଝାଡଖଣ୍ଡରୁ ଗିରଫ କରିଥିବାର ସୂଚନା ମିଳିଛି। କମଳା ଥଲେ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ଵିତୀୟ ପତ୍ନୀ। ଠକେଇ ମାମଲାରେ ମାଷ୍ଟରମାଇଣ୍ଡ ଥିଲେ କମଳା। ସେ ଓଡ଼ିଶାର ପାରାଦୀପରେ ଡାକ୍ତରାଣୀ ଥିଲେ। ତେବେ କମଳାଙ୍କୁ ରିମାଣ୍ଡରେ ଆଣିବାକୁ ପୋଲିସ ଯୋଜନା କରୁଛି। ୫ମ ଥର ପାଇଁ ରମେଶଙ୍କୁ ରିମାଣ୍ଡରେ ଆଣି ଜେରା ବେଳେ କମଳା ବିରୋଧରେ ପ୍ରମାଣ ମିଳିଥିଲା।

ସୂଚନାଯୋଗ୍ୟ ଯେ, ନକଲି ଡାକ୍ତର ରମେଶ ସ୍ୱାଇଁ ଗିରଫ ହେବା ପରେ ପୋଲିସ ଲଗାତର ଭାବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆଣୁଛି । ଏହି କେଳେଙ୍କାରୀରେ ରମେଶଙ୍କ ସହିତ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ରମେଶଙ୍କ ପ୍ରଥମ ପତ୍ନୀଙ୍କୁ ଜେରା କରିଥିଲା । ପରେ ରମେଶଙ୍କର ମଧ୍ୟ ପଲିଗ୍ରାଫ ଟେଷ୍ଟ କରାଯାଇଥିଲା । ୬ ଘଣ୍ଟାର ପଲିଗ୍ରାଫ୍‌ ଟେଷ୍ଟରେ ରମେଶଙ୍କୁ ୭୦ ପ୍ରଶ୍ନ ପଚାରିଥିଲା ପୋଲିସ । ତେବେ ଏଥିରେ ସେ କେତେ ସତ କହିଛି , ତାହା ଆଗାମୀ ଦିନରେ ଜଣାପଡିବ ।

ସୂଚନା ମୁତାବକ, ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ ଗିରଫ ପୂର୍ବରୁ ମିଛ କହି ୧୮ରୁ ଅଧିକ ମହିଳାଙ୍କୁ ବିବାହ କରିଥିଲା । ରମେଶ ବିଭିନ୍ନ ରାଜ୍ୟରେ ମହିଳା, ଡାକ୍ତର, ଓ ଶିକ୍ଷତ ଛାତ୍ରଛାତ୍ରୀଙ୍କ ଠାରୁ କୋଟି କୋଟି ଟଙ୍କାର ଠକେଇ କରିଛନ୍ତି । ୧୮ ଜଣ ମହିଳାଙ୍କୁ ବିବାହ କରିବା ସହ ସେମାନଙ୍କ ମଧ୍ୟରୁ ୧୬ଜଣଙ୍କୁ ଧୋକା ଦେଇଛନ୍ତି । ୭ ନମ୍ବର ପତ୍ନୀଙ୍କ ଅଭିଯୋଗ ପରେ ମହିଳା ଥାନା ପୁଲିସ୍‌ ରମେଶଙ୍କୁ ଗିରଫ କରିଥିଲା । ସତ ବାହାର କରିବା ପାଇଁ ୪ଥର ରିମାଣ୍ଡରେ ଆଣି ଜେରା କରିଥିଲା ପୁଲିସ୍‌ । ହେଲେ ଚତୁର ରମେଶ ରିମାଣ୍ଡ ସମୟରେ ପୁଲିସ୍‌କୁ ବାଟବଣା କରିଥିଲା । ଯାହାକୁ ନେଇ ସ୍ପେଶାଲ୍‌ ସ୍କ୍ୱାଡ୍‌ ଓ ମହିଳା ଥାନାର ଅଧିକାରୀମାନେ ନାକେଦମ୍‌ ହୋଇଥିଲେ ।

Leave A Reply

Your email address will not be published.