ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରସିକିଆ ନକଲି ଡ଼ାକ୍ତର ରମେଶ ସ୍ୱାଇଁଙ୍କର ଖୋଲୁଛି ଗୁମର : ଦିନ ଯେତେ ଗଡୁଛି ସେତେ ସ୍ତ୍ରୀ ବଢୁଛି, ଅଭିଯୋଗ ବି ଲମ୍ବୁଛି

ଭବନେଶ୍ବର : ନକଲି ଡାକ୍ତର ରମେଶ ସ୍ୱାଇଁ ବିରୋଧରେ ଠକେଇ ତାଲିକା ଲମ୍ବିବାରେ ଲାଗିଛି ।୧୭ ସ୍ତ୍ରୀଙ୍କ ସ୍ୱାମୀ ତଥା ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁଙ୍କ ଲାଗି ବଢ଼଼ୁଛି ଅଡୁଆ। ତାଙ୍କର ଗୋଟିଏ ପରେ ଗୋଟିଏ ଠକେଇର ଫର୍ଦ୍ଦ ଯୋଡ଼ି ହେବା ପରେ ଏବେ ସାମ୍‍ନାକୁ ଆସିଛି ଆଉ ଏକ ସାଂଘାତିକ ସତ୍ୟ। ଇତିମଧ୍ୟରେ ପୁଲିସ ତଦନ୍ତ ଅନୁଯାୟୀ ରମେଶର ପତ୍ନୀଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ରମେଶ ମୋବାଇଲ ଓ ହ୍ୱାଟ୍ସଆପ୍‍ ଚାଟିଂକୁ ଏଭଳି ତଥ୍ୟ ହାସଲ ପାଇଛନ୍ତି ତଦନ୍ତକାରୀ ଟିମ୍‍। ପୂର୍ବରୁ ତାଙ୍କ ପତ୍ନୀଙ୍କ ସଂଖ୍ୟା ୧୭ରେ ଥିବା ବେଳେ ଏବେ ତାହା ୨୫ ଛୁଇଁଛି। କିନ୍ତୁ ଅବଶିଷ୍ଟ ପତ୍ନୀ ଗଣମାଧ୍ୟମ ସାମ୍‍ନା କିମ୍ବା ପୁଲିସରେ ଅଭିଯୋଗ କରିବା ଲାଗି ରାଜି ହେଉନାହାନ୍ତି। ତଥାପି ସେମାନଙ୍କ ସହ ଯୋଗାଯୋଗ କରିଛି ପୁଲିସ। ସେଥିରୁ ଅଧିକାଂଶ ରାଜ୍ୟ ବାହାରର ଏବଂ ସେମାନେ ଉଚ୍ଚ ଶିକ୍ଷିତ। ଏପରିକି ସରକାର ଓ ବେସରକାରୀ ସଂସ୍ଥାରେ ଉଚ୍ଚପଦରେ ଅବସ୍ଥାପିତ ରହିଛନ୍ତି।

ଅନ୍ୟପଟେ ନକଲି ଡାକ୍ତର ରମେଶ ସ୍ୱାଇଁ ମହିଳାଙ୍କୁ ଠକେଇ ପଛରେ ରହିଛି ଜଣେ ମହିଳାଙ୍କ ସଂପୃକ୍ତି । ସେହି ସଂପୃକ୍ତ ମହିଳା ଜଣଙ୍କ ରମେଶ ଭଉଣୀ ରଶ୍ମିତା ବେହେରା ବୋଲି ଜଣାପଡିଛି । କେନ୍ଦ୍ରାପଡାରେ ରେଡ ପରେ ଏହି ମହିଳାଙ୍କୁ ଭୁବନେଶ୍ୱର ଉଠାଇ ଆଣିଛି ପୁଲିସ । କମିଶନରେଟ ପୁଲିସ ରମେଶର ଭଉଣୀକୁ ଉଠାଇ ଆଣି ଭୁବନେଶ୍ୱର ମହିଳା ଥାନାରେ ରଖି ପଚରାଉଚୁରା କରିଛି । ବୁଲି ବୁଲି ବାହା ହେଉଥିଲା ଭାଇ, ଯାହା ମିଳୁଥିଲା ଭାଗ ନେଉଥିଲା ଭଉଣୀ।

ବାହାଘରରେ ମିଳୁଥିବା ଜାନି ଯୌତୁକକୁ ଭାଗବଣ୍ଟା କରି ନେଇଯାଉଥିଲେ। ରମେଶ ସ୍ୱାଇଁ ମାଟ୍ରିମୋନିଆଲ୍‌ ସାଇଟ୍‌ରେ ଭିନ୍ନ ଭିନ୍ନ ନାଁରେ ଆଇଡି ଖୋଲୁଥିଲା। ସେଠାରେ ସେ ଧନୀ ବିଧବା ଓ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ଟାର୍ଗେଟ କରୁଥିଲା। ତା’ପରେ ବିଭିନ୍ନ ସୋଶାଲ ମିଡ଼ିଆରେ ସେ ସେମାନଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଥିଲା। ତା’ ପରେ ସେମାନଙ୍କ ସହିତ ଯୋଗାଯୋଗ କରୁଥିଲା। ମିଠା ମିଠା ଚାର୍ଟିଂ କରି ମହିଳାଙ୍କ ମନ ଜିଣୁଥିଲା।ଅଭିଯୋଗ ଅନୁସାରେ ମହିଳାଙ୍କ ମନ ଜିଣିବା ପରେ ରମେଶ ପରିବାର ଲୋକଙ୍କୁ ଜଣାଉଥିଲା। ତା’ପରେ ବିବାହ କେମିତି ଓ କେଉଁଠି ହେବ? ତା’ର ସ୍କ୍ରିପ୍ଟ୍‌ ଲେଖାଯାଉଥିଲା। ଏହା ପରେ ରମେଶ ପୂରା କାହାଣୀକୁ କାର୍ୟ୍ୟକାରୀ କରୁଥିଲା। ସ୍କ୍ରିପ୍ଟିଂ ଅନୁସାରେ ସେ ବିବାହ କରୁଥିଲା। କିଛି ଦିନ ରହିବା ପରେ ମୌକା ଦେଖି ରମେଶ ସେଠାରୁ ଚମ୍ପଟ ମାରୁଥିଲା। ଆଉ ଚମ୍ପଟ ସମୟରେ ରମେଶ ବିବାହ ବେଳେ ମିଳିଥିବା ଜାନି ଯୌତୁକ ଓ ମହିଳାଙ୍କ ଧନ ସମ୍ପତ୍ତି ନେଇଯାଉଥିଲା। ପରେ ସବୁ ଟଙ୍କା ଓ ସୁନାକୁ ପରିବାର ସଦସ୍ୟ ଓ ଭଉଣୀ ସହ ବାଣ୍ଟି ନେଉଥିଲେ। ଠକେଇ ସିଣ୍ଡିକେଟରେ ଭଉଣୀ ଓ ଭିଣୋଇ ସାମିଲ ଥିଲେ। ଏହି ଘଟଣାରେ ଅଧିକ ପଚରାଉଚରା ପାଇଁ ପୁଣି ଅଭିଯୁକ୍ତକୁ ରିମାଣ୍ଡରେ ଆଣିବାକୁ କମିଶନରେଟ ପୁଲିସ ଆବେଦନ କରିବ ।

ରମେଶ ବିରୋଧରେ ଅଭିଯୋଗ ତାଲିକା ଲମ୍ବିବାରେ ଲାଗିଥିବା ବେଳେ ତାଙ୍କର ଢେଙ୍କାନାଳରେ ରହିଛି ଦୀର୍ଘ ୨୦ ବର୍ଷର ବିଶାଳକାୟ ସାମ୍ରାଜ୍ୟ । କାମାକ୍ଷାନଗରରେ ଜାଗା କିଣି ଘର ତିଆରି କରିଥିଲେ ରମେଶ । କେବଳ ସେତିକି ନୁହେଁ ନିଜକୁ ଡାକ୍ତରର ପରିଚୟ ଦେଇ ଖେଳିଥିଲେ ଅନେକ ନିରୀହ ରୋଗୀଙ୍କ ଜୀବନ ସହ ଖେଳ । ଭୁଲ ଚିକିତ୍ସା ପାଇଁ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ୧୯୯୦ ମସିହାରୁ ୨୦୧୦ ମସିହା ପର୍ୟ୍ୟନ୍ତ ଡାକ୍ତର ନହୋଇ ବି କାମାକ୍ଷାନଗରରେ ଚଳାଇଥିଲେ ବେଆଇନ କ୍ଲିନିକ । ବାବୁଙ୍କର ପଢ଼ା କମ କିନ୍ତୁ ମଉଜ ଅଧିକ । କଙ୍କଡାହାଡ଼ରୁ ବେଆଇନ ଭାବେ କାଠ ଚାଲାଣ କରୁଥିଲେ ରମେଶ । ସବୁଠାରୁ ରୋଚକ ତଥ୍ୟ ହେଉଛି ଯେ କାମାକ୍ଷାନଗରରେ ଥିବା ସ୍ତ୍ରୀ ଜଣଙ୍କ ୨୦୦୦ ମସିହାରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ । ରମେଶ ଯେଉଁ ଅଞ୍ଚଳକୁ ଯାଉଥିଲେ ସେଇଠାରେ ରଖିଥିଲେ ଗୋଟିଏ ଗୋଟିଏ ସ୍ତ୍ରୀ ।

ଅନ୍ୟପଟେ ଆଜି ଡାକ୍ତର ରମେଶ ସ୍ବାଇଁଙ୍କ ନାଁରେ ପୁଣି ଆସିଛି ସାଂଘାତିକ ଅଭିଯୋଗ ।ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ଜଗସିଂହପୁର ଜିଲ୍ଲାର ବାସିନ୍ଦା ଅଭୟ କୁମାର ଦାସ । ଅଭୟଙ୍କ ପୁଅକୁ ଏମସରେ ଏମବିଏସ ପଢାଇବା ପାଇଁ  ସିଟ୍ କରାଇଦେବେ କହି ୧୮ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଅଭିଯୋଗ ହୋଇଛି। ଡାକ୍ତର ରମେଶଙ୍କ ଭିଣୋଇ ଗଣେଶ୍ୱର ବେହେରା ଟଙ୍କା ଦେବା ପାଇଁ ପ୍ରବର୍ତ୍ତାଇ ଥିଲେ । ଏହି ଠକେଇ କାରବାର ପଛର ମାଷ୍ଟର ମାଇଣ୍ଡ ଥିଲେ ଡାକ୍ତର ରମେଶ ସ୍ବାଇଁ ।ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରେ ଡେପୁଟି ଡାଇରେକ୍ଟର ଜେନେରାଲ ଥିବା କହି ଠକେଇ କରୁଥିବା ଅଭିଯୋଗ ହୋଇଛି।

ପୁଲିସ କହିବାନୁଯାୟୀ ରମେଶ ନବମ ପାସ୍‍ ପରେ କେନ୍ଦ୍ରାପଡ଼ା ଜିଲ୍ଲାସ୍ଥିତ ନିଜ ଗାଁରେ ରହି ୯ରୁ ୧୦ବର୍ଷ ଚାଷ କାମ କରୁଥିଲେ। ପରିବାରଲୋକଙ୍କ ଠାରୁ ପୁଲିସ ଏଭଳି ତଥ୍ୟ ହାସଲ କରିଛି। ପରେ ସେ ରାଜ୍ୟ ବାହାରକୁ ପଳାଇବ ସହ ଠକେଇର ବାଦ୍‍ଶାହା ପାଲଟିଯାଇଥିଲେ। ସେପଟେ ରମେଶ ନିଜ ଗାଡ଼ି ଚାଳକ ଠାରୁ ୩୦ହଜାର ଟଙ୍କା ଚଳୁ କରିଥିବା ନେଇ ଅଭିଯୋଗ ହୋଇଛି। ଖଣ୍ଡଗିରି ଥାନା ଅଞ୍ଚଳରେ ରହୁଥିବା ରମେଶର ସେ ପୂର୍ବତନ ଗାଡ଼ିଚାଳକ ଠାରୁ ୬୦ହଜାର ଟଙ୍କା ଧାର୍‍ ନେଇଥିଲା। ପରବର୍ତ୍ତୀ ସମୟରେ ୩୦ ହଜାର ଟଙ୍କା ଫେରସ୍ତ କରିଦେଇଥିଲେ ରମେଶ। କିନ୍ତୁ ଅବଶିଷ୍ଟ ୩୦ହଜାର ଟଙ୍କା ଚଳୁ କରି ଦେଇଥିବା ଅଭିଯୋଗ ହୋଇଛି। ଉକ୍ତ ଗାଡ଼ି ଚାଳକ ଟଙ୍କା ମାଗିବାରୁ ରମେଶ ୩୦ପେଟି ଔଷଧ ଦେଇଥିଲେ। ଆଉ ଟଙ୍କା ଦେବା ପରେ ଔଷଧ ନେଇଯିବି ବୋଲି ଗାଡ଼ି ଚାଳକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ରମେଶ ଦେଇଥିବା ଔଷଧଗୁଡିକରୁ ଏକ୍ସପାରି ଡେଟ୍‍ ପଳାଇଥିବା ପରବର୍ତ୍ତୀ ଜଣାପଡ଼ିଥିଲା। ପରେ ଗାଡ଼ି ଚାଳକ କାନମୁଣ୍ଡ ଆଉଁସି ରହୁଥିଲେ।

ତେବେ ରମେଶ ପୁଲିସ କବ୍‍ଜାରେ ପଡ଼ିଥିବା ଜାଣିବା ପରେ ଗାଡ଼ି ଚାଳକ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ୍ସପାରି ଡେଟ୍‍ ପଳାଇଥିବା ୩୦ପେଟି ଔଷଧ ଜବତ କରି ତଦନ୍ତ କରୁଛି। ଅନ୍ୟପକ୍ଷରେ ରିମାଣ୍ଡରେ ତୃତୀୟ ଦିନରେ ବି ରମେଶକୁ ଜେରା କରୁଛି ସ୍ୱତନ୍ତ୍ର ଟିମ୍‍। କିନ୍ତୁ ସେ ପୁଲିସକୁ ସହଯୋଗ କରୁ ନ ଥିବା ଜଣାପଡ଼ିଛି। କିଛି ମନେ ନ ଥିବା କହି କଥାକୁ ବୁଲାଇ ଦେଉଛି। କିନ୍ତୁ ଆର୍ଥିକ କାରବାର ଖୋଳତାଡ଼ କରିବା ଲାଗି ଗଠନ ହୋଇଥିବା ଟିମ୍‍ ରମେଶକୁ ମାରାଥନ୍‍ ଜେରା କରୁଛି। ଅନ୍ୟପକ୍ଷରେ ରମେଶର ଗାଡ଼ି ଚାଳକ ଏବେ ପୁଲିସ ପଞ୍ଝାରେ ପଡ଼ିଥିବା ବିଶେଷସୂତ୍ରରେ ସୂଚନା ମିଳିଛି। ତାକୁ ପୁଲିସ ଜେରା କରୁଥିବାରୁ ତଦନ୍ତରେ ସମସ୍ୟା ହେବାର ଆଶଙ୍କା କରି କିଛି ନ କହିବାକୁ ମନା କରିଦେଇଛି ପୁଲିସ।

Leave A Reply

Your email address will not be published.