ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନକଲି ଡାକ୍ତର ଗିରଫ; ଅଢ଼େଇ ଲକ୍ଷ ଟଙ୍କାର ଔଷଧ ଜବତ

କଟକ : ଗୋବିନ୍ଦପୁର ଥାନା ଅନ୍ତର୍ଗତ ବଡ଼ସାଇଲୋ ଅଞ୍ଚଳରୁ ଧରାପଡ଼ିଛି ଜଣେ ନକଲି ଡାକ୍ତର। ଗତ ୭ବର୍ଷ ହେବ ଅଭିଯୁକ୍ତ ଜଣକ ବେଆଇନ ଭାବେ ଏଭଳି କାରବାର ଚଳାଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ଡ୍ରଗ୍ସ ଇନ୍ସପେକ୍ଟର ହରପ୍ରିୟା ମଲ୍ଲିକଙ୍କ ନେତୃତ୍ୱରେ ଗୋଟିଏ ଟିମ୍‍ ଅତର୍କିତ ଭାବେ ଚଢ଼ଉ କରି ଘଟଣାର ପର୍ଦ୍ଦାଫାସ୍‍ କରିଛି। ଚଢ଼ଉ ସମୟରେ ସର୍କଲ୍‍-୧ ସହକାରୀ ଡ୍ରଗ୍ସ ନିୟନ୍ତ୍ରକ ଧର୍ମଦେବ ପୁହାଣ, ସର୍କଲ-୨ ସହକାରୀ ଡ୍ରଗ୍ସ ନିୟନ୍ତ୍ରକ ତୁଷାର ରଞ୍ଜନ ପାଣିଗ୍ରାହୀ ଉପସ୍ଥିତ ଥିଲେ। ଉକ୍ତ ନକଲି ଡାକ୍ତର ନିକଟରୁ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କାର ଔଷଧ ଜବତ କରାଯାଇଛି। ଅଭିଯୁକ୍ତକୁ କଟକ ଜେଏମ୍‍ଏଫ୍‍ସି କୋର୍ଟରେ ହାଜର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତର ଘର ମଧ୍ୟ ଗୋବିନ୍ଦପୁର ଥାନା ଅଞ୍ଚଳରେ। ତା’ର ବୟସ ୪୧ ବର୍ଷ। ସେ ବେଶ୍‍ ସତର୍କତାର ସହ କାରବାର ଚଳାଉଥିଲା। ତା’ର ବେନାମୀ ଔଷଧ ଦୋକାନ ଥିଲା। ଉକ୍ତ ଦୋକାନ ଖୋଲିବା ନିମନ୍ତେ ମଧ୍ୟ ସେ ଡ୍ରଗ୍ସ ଲାଇସେନ୍ସ ନେଇ ନ ଥିଲା। ସନ୍ଧ୍ୟା ହେବା ପରେ ଦୋକାନ ଖୋଲି ବସୁଥିଲା। ଆଖପାଖ ଅଞ୍ଚଳର ଅନେକ ରୋଗୀ ତା’ ନିକଟକୁ ଆସୁଥିଲେ। ସେ ନିଜକୁ ଡାକ୍ତର ଭାବେ ପରିଚୟ ଦେଇ ରୋଗୀ ଦେଖି ଔଷଧ ପ୍ରେସ୍‍କ୍ରାଇବ୍‍ କରୁଥିଲା। ଚଢ଼ଉ କରିଥିବା ଡ୍ରଗ୍ସ ବିଭାଗର ଟିମ୍‍ ଦିନ ସମୟରୁ ହିଁ ଦୋକାନରୁ କିଛି ଦୂରରେ ଛକି ରହିଥିଲେ। ସେ ଦୋକାନ ଖୋଲିବା ପରେ ତାକୁ କାବୁ କରି ନେଇଥିଲେ।

Leave A Reply

Your email address will not be published.