ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ୱାର୍ଡରୁ ନକଲି ଡାକ୍ତର ଗିରଫ

ଭଦ୍ରକ: ବେକରେ ଷ୍ଟେଥୋସ୍କୋପ୍ ପକାଇ ଅସଲି ଡାକ୍ତରଙ୍କ ଭଳି ମେଡିକାଲ ଭିତରେ ବୁଲୁଥିଲେ ଯୁବକ । ୱାର୍ଡ଼ ବୁଲୁଥିବା ବେଳେ ସନ୍ଦେହ ଘେରକୁ ଆସିବାରୁ ସିଡିଏମଓ ଯୁବକଙ୍କୁ ପରିଚୟ ମାଗିବା ସହ ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରିଥିଲେ । ମନ୍ଦ ଉଦ୍ୟସ ରଖି ଯୁବକ ମେଡିକାଲକୁ ଆସିଥିବା ସନ୍ଦେହ କରି ପୋଲିସକୁ ଡାକି ଯୁବକଙ୍କୁ ଦେଇଥିଲେ ସିଡିଏମଓ । ଏପରି ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ୱାର୍ଡରୁ ଭଦ୍ରକ ପୋଲିସ ତାଙ୍କୁ କାବୁ କରିଛି । ଗିରଫ ଅଭିଯୁକ୍ତଙ୍କ ପରିଚୟ ରାଜିବ ଲୋଚନ ନାୟକ। ସେ ଯାଜପୁର ଟାଉନ ଥାନା ଅଧୀନ ଖଣ୍ଡରା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଜଣେ ଯୁବକ ବେକରେ ଷ୍ଟେଥୋସ୍କୋପ୍ ପକାଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଆସିଲେ । ଡାକ୍ତରଖାନାରେ ଥିବା ସୁରକ୍ଷାକର୍ମୀଙ୍କୁ ଲେବର ୱାର୍ଡ, ଓଟି କେଉଁଠି ଅଛି ପଚାରିଥିଲେ । ସୁରକ୍ଷାକର୍ମୀ ପଚାରିଥିଲେ ତୁମେ କିଏ? ପ୍ରତି ଉତ୍ତରରେ ରାଜୀବ କହିଥିଲେ ମୁଁ ନୂଆଁ ଜଏନ କରିଛି । ସୁରକ୍ଷାକର୍ମୀ ନୂଆ ଡାକ୍ତରଭାବି ରାସ୍ତା ଦେଖାଇଦେଲେ । ତେବେ ୱାର୍ଡ଼ ବୁଲୁଥିବା ବେଳେ ସନ୍ଦେହ ହେବାରୁ ଯୁବକଙ୍କୁ ପୋଲିସର ଜିମା ଦେଇଛନ୍ତି ସିଡିଏମଓ । ପୋଲିସ ପହଂଚି ଯୁବକକୁ ଗିରଫ କରିଛି । ଯୁବକ ଜଣକ ଡାକ୍ତର ପରିଚୟ କାହିଁକି ଦେଇଥିଲେ ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.