କରୋନା ସମୟରେ ଲୋକଙ୍କ ଜୀବନ ସହ ଖେଳ, କାକଟପୁରରେ ଚାଲିଥିଲା ନକଲି କୋଭିଟ ଟେଷ୍ଟ ….

ପୁରୀ: ମହାମାରୀ କରୋନା ସମୟରେ ଲୋକଙ୍କ ଜୀବନ ସହ ଖେଳ। ଘରୋଇ ପାଥୋଲାବରେ ହେଉଥିଲା ନକଲି କରୋନା ଟେଷ୍ଟ ଓ ଚିକିତ୍ସା । ଖବର ପାଇ କାକଟପୁରରେ ଘରୋଇ ପାଥୋଲାବରେ ଚଢ଼ାଉ କରି ନକଲି କରୋନା ଟେଷ୍ଟ କିଟ୍, ନକଲି ରିପୋର୍ଟ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୁଲିସ। ନକଲି କୋରୋନା ଟେଷ୍ଟ ଓ ଚିକିତ୍ସା ଅଭିଯୋଗରେ ଚଢ଼ାଉ କରିଥିଲେ କାକଟପୁର ତହସିଲଦାର ଓ ପୁଲିସ । ଏଥିସହ ପାଥୋଲାବକୁ ସିଲ୍ କରିଛି ପୁଲିସ । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିସ ଜଣଙ୍କ ହେଲେ ପ୍ରକାଶ ଦାସ। ଠକେଇ ଓ ଜାଲିଆତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଆଉ ଜଣେ ସହଯୋଗୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଲୋକଙ୍କୁ ନକଲି କରୋନା ଟେଷ୍ଟ ରିପୋର୍ଟ ଦେବା ସହ ଡାକ୍ତର ଓ କର୍ମଚାରୀ ବି ସେଠାରେ ନକଲି ଥିଲେ ବୋଲି ଜଣା ପଡ଼ିଛି।