ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରୁ ନକଲି ସିବିଆଇ ଅଫିସର ଗିରଫ

ଭୁବନେଶ୍ୱର: ସିବିଆଇ ଅଫିସର କହି ଠକୁଥିଲା ଲୋକଙ୍କୁ, ଏବେ ପୋଲିସ ହାତରେ ଧରାପଡିଲା । ସିବିଆଇ ଅଫିସରର ମିଥ୍ୟା ପରିଚୟ ଦେଇ ଲୋକଙ୍କୁ ଠକିବା ଅଭିଯୋଗରେ ତମାଣ୍ଡୋ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ନକଲି ସିବିଆଇ ଅଫିସର ହେଲେ ନିଖିଲ ସ୍ବାଇଁ।

ସୂଚନା ମୁତାବକ ନିଖିଳ ଜଣେ ଭିନ୍ନକ୍ଷମ ବୋଲି ଜଣା ପଡ଼ିଛି । ଜଣେ ମୋବାଇଲ ଦୋକାନୀଙ୍କୁ ତାଙ୍କ ଝିଅର ଚିକିତ୍ସା କରାଇ ଦେବାକୁ କହି ୩୦ ହଜାର ଠକି ନେଇଥିଲା ଠକ । ବିଶେଷ କରି ଭଡା ଗାଡିରେ ଯାତାୟାତ କରୁଥିବା ଲୋକଙ୍କୁ ଟାର୍ଗେଟ କରୁଥିଲା ନିଖିଲ ସ୍ବାଇଁ । ଲୋକମାନଙ୍କୁ ସାହାଯ୍ୟ କରିବା କହି ଟଙ୍କା ମାଗୁଥିଲା। ପରବର୍ତ୍ତୀ ସମୟରେ ଏୟାରପୋର୍ଟ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ସେକ୍ରେଟେରିଏଟ ଚାକିରୀ ଦେବାକୁ କହି ୪୦ ହଜାର ଟଙ୍କା ଠକି ନେଇଥିଲା । ଏମିତି କିଛି ଅଭିଯୋଗ ପାଇବା ପରେ ପୋଲିସ ଛାନଭିନ ଆରମ୍ଭ କରିଥିଲା । ଶେଷରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ତମାଣ୍ଡୋ ପୋଲିସ । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.