ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ଆସିଲା ସ୍ମାର୍ଟ ମାସ୍କ ‘ଡାଇନାମିକ୍‌ ରେସ୍‌ପିରେଟର’

ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଉଛି। ତେବେ, ମାସ୍କ ପିନ୍ଧି ଯୋଗ, ବ୍ୟାୟାମ ଅବା କୌଣସି ଶାରୀରିକ ପରିଶ୍ରମ କଲାବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ କୋରିଆର ବୈଜ୍ଞାନିକମାନେ ଏକ ସ୍ବତନ୍ତ୍ର ମାସ୍କ ପ୍ରସ୍ତୁତ କରିଛନ୍ତି, ଏବଂ ଏହାର ନାମ ରଖିଛନ୍ତି ‘ଡାଇନାମିକ୍‌ ରେସ୍‌ପିରେଟର’। ଏହି ମାସ୍କର ବିଶେଷତ୍ବ ହେଉଛି ଯେ, ଏଥିରେ ବ୍ୟବହୃତ ହୋଇଥିବା ଫିଲଟର୍‌ର ଛିଦ୍ର ଆବଶ୍ୟକ ଅନୁସାରେ ଛୋଟ ଓ ବଡ଼ ହୋଇଥାଏ। ଏହାକୁ ତିଆରି କରିଥିବା ଦକ୍ଷିଣ କୋରିଆର ସିଓଲ୍ ନ୍ୟାସନାଲ୍ ୟୁନିଭରସିଟିର ବୈଜ୍ଞାନିକମାନେ କହିଛନ୍ତି ଯେ , ଏହି ମାସ୍କକୁ ପିନ୍ଧି ଚାଲିଲେ କିମ୍ବା ବ୍ୟାୟାମ କଲେ ନିଶ୍ୱାସ ପ୍ରଶ୍ୱାସରେ କୌଣସି ସମସ୍ୟା ଦେଖାଦେବ ନାହିଁ। ବ୍ୟାୟାମ କିମ୍ବା ଚାଲିବା ସମୟରେ ଶରୀର ଅଧିକ ଅମ୍ଳଜାନ ଆବଶ୍ୟକ କରେ। ତେଣୁ ଜଣେ ଜୋର୍‌ରେ ନିଶ୍ବାସ ନେଇଥାଏ, କିନ୍ତୁ ଏଥିରେ ବାଧା ସୃଷ୍ଟି କରେ ମାସ୍କରେ ସଂସ୍ଥାପିତ ହୋଇଥିବା ଫିଲଟର୍‌। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୁକ୍ତ ମାସ୍କ ପ୍ରସ୍ତୁତ କରିଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କାରଣରୁ ଏହା ମଣିଷର ଆବଶ୍ୟକତା ଅନୁଯାୟୀ, ନିଜକୁ ବଦଳାଇଥାଏ।

ୟୁନିଭରସିଟିର ପ୍ରଫେସର ସିୟୁଙ୍ଗ ହୱାନ୍ କହିଛନ୍ତି ଯେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହିତ ସଜ୍ଜିତ ଏହି ମାସ୍କ ଶରୀର ଅଧିକ ଅମ୍ଳଜାନ ଆବଶ୍ୟକ କରୁଥିବା ସମୟରେ ଫିଲ୍‌ଟର୍‌ର ଛିଦ୍ରଗୁଡ଼ିକର ଆକାର ବୃଦ୍ଧି ପାଇଥାଏ। ବିଶେଷ କଥା ହେଉଛି, ଏହା ସ୍ୱୟଂଚାଳିତ ଭାବରେ ନିଜକୁ ଆଡଜଷ୍ଟ କରାଏ। ମାସ୍କ ମାଧ୍ୟମରେ ଅଧିକ ଅମ୍ଳଜାନ ପହଞ୍ଚିବା ପରେ ନିଶ୍ୱାସ ନେବାରେ କୌଣସି ଅସୁବିଧା ନାହିଁ। ନ୍ୟୁଜ୍ ମେଡିକାଲର ରିପୋର୍ଟ ଅନୁଯାୟୀ, ଏହି ମାସ୍କରେ ଏଭଳି ଏକ ସେନ୍ସର ସ୍ଥାପିତ ହୋଇଛି ଯାହା ବାୟୁ କଣିକା ପରୀକ୍ଷା କରେ। ଏହାଦ୍ବାରା ଜାଣିହେବ ଯେ, ବାୟୁ କେତେ ପ୍ରଦୂଷିତ। ଏହି ସେନସର ସାହାଯ୍ୟରେ ପ୍ରଦୂଷଣ ବିଷୟରେ ସୂଚନା ମଧ୍ୟ ମିଳିପାରିବ।

ମାସ୍କ ତିଆରି କରିଥିବା ବୈଜ୍ଞାନିକମାନେ କୁହନ୍ତି, ‘ଆମେ ଏକ ନୂତନ ପ୍ରକାରର ମାସ୍କ ପ୍ରସ୍ତୁତ କରିଛୁ, ଯାହା ମଣିଷର ସ୍ଥିତି ଏବଂ ବାହ୍ୟ ପରିବେଶ ଅନୁଯାୟୀ ନିଜକୁ ବଦଳାଇଥାଏ। ପ୍ରଥମ ଥର ପାଇଁ, ମଣିଷର ଆବଶ୍ୟକତାକୁ ଧ୍ୟାନରେ ରଖି ଏପରି ଏକ ମାସ୍କ ପ୍ରସ୍ତୁତ କରାଯାଇଛି। ବୈଜ୍ଞାନିକମାନେ କହିଛନ୍ତି ଯେ, ବର୍ତ୍ତମାନ ଆମେ ମାସ୍କର ମେଟେରିଆଲ ଉପରେ କାର୍ଯ୍ୟ କରୁଛୁ। ମାସ୍କକୁ ହାଲୁକା କରିବା ପାଇଁ ପ୍ରୟାସ କରାଯାଉଛି, ଯାହାଦ୍ବାରା ଲୋକମାନେ ଏହାକୁ ସହଜରେ ବ୍ୟବହାର କରିପାରିବେ।

Leave A Reply

Your email address will not be published.