ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ

ଭୁବନେଶ୍ୱର: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି । ଚଳିତ ଆର୍ଥିକ ବର୍ଷ ପାଇଁ ୨ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ପ୍ରଥମ ଦିନରେ ବ୍ୟୟ ମଞ୍ଜୁରୀ ବିଲ ଆଗତ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ । ବିଲ ପାରିତ ହେବା ପରେ ରାଜ୍ୟ ସରକାର ଅର୍ଥ ଖର୍ଚ୍ଚ କରିବେ ବୋଲି ନିୟମ ରହିଛି ।

୨୦୧୦ ପରଠାରୁ ରାଜ୍ୟର ଅଭିବୃଦ୍ଧି ହାର ବଢ଼ିଛି । ୨୦୨୨-୨୩ରେ ଅଭିବୃଦ୍ଧି ହାର ୮ରୁ ୮.୫ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି । ବଜେଟରେ 5T ଓ ମୋ ସରକାରକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସେହିଭଳି ସ୍ୱାସ୍ଥ୍ୟ କ୍ଷେତ୍ରରେ BSKY ବିଶ୍ୱର ସବୁଠାରୁ ଭଲ ଯୋଜନା ହୋଇଥିବାବେଳେ ସ୍ୱାସ୍ଥ୍ୟ ବିଭାଗରେ ୨୫% ଅଧିକ ଅର୍ଥ ବ୍ୟୟବରାଦ ହୋଇଛି ବୋଲି ଗୃହରେ ବିବୃତି ରଖିଛନ୍ତି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ।

Leave A Reply

Your email address will not be published.