ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜଙ୍ଗଲରେ ନିଆଁ ଲାଗି ଗାଁକୁ ବ୍ୟାପିବା ଆଶଙ୍କା, ନିଆଁ ଲିଭାରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟଲୋକେ ସାମିଲ

କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ସଦର ବନାଞ୍ଚଳ ବଡ଼ପଶି ନୂଆ ସାହି ଠାକୁରାଣୀ ଶାଳ ନିକଟ ବଡ଼ପଶି ସଂରକ୍ଷିତ ଜଙ୍ଗଲରେ ଗୁରୁବାର ଆପରାହ୍ଣରେ କୌଣସି କାରଣରୁ ନିଆଁ ଲାଗିଛି। ଫଳରେ ଜଙ୍ଗଲର ଶୁଖିଲା ଡାଳ ପତ୍ର, ଗଛଲତା ପୋଡି ଯାଇଥିବାବେଳେ ନୂଆ ସାହିକୁ ନିଆଁ ବ୍ୟାପିବା ଆଶଙ୍କା ରହିଛି। ଏହି ଆଶଙ୍କାକୁ ନଜରରେ ରଖି  ସ୍ଥାନୀ ଲୋକେ ପାଖରୁ ପାଣି ବୋହି ନିଆଁ ଲିଭାରେ ବ୍ୟସ୍ତ ଅଛନ୍ତି। ଜଙ୍ଗଲ ସାରା ନିଆଁ ଲାଗି ଅଞ୍ଚଳ ଧୂଆଁମୟ ହୋଇଯାଇଥିବାବେଳେ ରାସ୍ତାରେ ଯାଉଥିବା କେତେକ ଗଣମାଧ୍ୟମ ପ୍ରତିନିଧି ଏବଂ ଯବୁ ଗୋଷ୍ଠୀ ଗାଁ ଆଡ଼କୁ ମାଡି ଯାଉଥିବା ନିଆଁ ଲିଭା କାର୍ଯ୍ଯରେ ସାମିଲ ହୋଇଥିଲେ। ଏ ବାବଦରେ କେନ୍ଦୁଝର ଡିଏଫଓ  ଏଚ ଡି ଧନରାଜଙ୍କୁ ଖବର ଦିଆଯିବାପରେ ଘଟଣା ସ୍ଥଳରେ ବନ ବିଭାଗର ନିଆଁଲାଭା ଦଳ ପହଁଞ୍ଚି ନିଆଁ ଲିଭାଉଛନ୍ତି। ସାହି ଭିତରକୁ ନିଆଁ ବ୍ୟାପିବା ଆଶଙ୍କାରେ ଅଗ୍ନିଶମ ବାହିନୀ ମଧ୍ୟ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛି।

Leave A Reply

Your email address will not be published.