ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍ । ବ୍ରହ୍ମପୁର ଗଜପତି ନଗର ୮ ନମ୍ବର ଲେନରେ ଥିବା ୪ ମହଲା ବିଶିଷ୍ଟ ଘରେ ରେଡ୍ ବେଳେ ନଗଦ ୧୬ ଲକ୍ଷ ୭୦ ହଜାର ଟଙ୍କା ଜବତ କରାଯାଇଛି । ସେହିପରି ଗଜପତି ନଗର ୧୧ ନମ୍ବର ଲେନରେ ଥିବା ୫ ମହଲା ବିଶିଷ୍ଟ ବିଲଡ଼ିଂ, ଅମ୍ବପୁଆରେ ଥିବା ଅଫିସ, ଗଞ୍ଜାମ ଜିଲ୍ଲା ଛତ୍ରପୁରର ପାଟବଗଦାରେ ଥିବା ପୈତୃକ ଘର ସହ ଭୁବନେଶ୍ୱରର ଏମସ ନଗରର ୩ ନମ୍ବର ଲେନରେ ଥିବା ୪ ମହଲା କୋଠାରେ ଭିଜିଲାନ୍ସ ରେଡ୍ କରୁଛି ।

ଭୁବନେଶ୍ୱର ସ୍ଥିତ ଘରେ ରେଡ୍ ବେଳେ ଅସହଯୋଗ କରିଛନ୍ତି ଜଗନ୍ନାଥ ଓ ତାଙ୍କ ପୁଅ । ଜଗନ୍ନାଥ ଓ ତାଙ୍କ ପୁଅ ନିଜକୁ ବନ୍ଦ କରି ରଖିଥିଲେ । ସର୍ଚ୍ଚ ୱାରେଣ୍ଟ ଦେଖାଇବା ପରେ ବି ଭିଜିଲାନ୍ସ ଟିମକୁ ସହଯୋଗ କରୁନଥିବାରୁ ସିଡି ପକାଇ ଝରକା ଦେଇ ଘରକୁ ପଶିଲା ଭିଜିଲାନ୍ସ ଟିମ୍ । ତଦନ୍ତରେ ସହଯୋଗ କରୁନଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭିଜିଲାନ୍ନ ପକ୍ଷରୁ କୁହାଯାଇଛି । ଭିଜିଲାନ୍ସର ଏହି ଚଢ଼ାଉରେ ୩ ଅତିରିକ୍ତ ଏସପି, ୪ଜଣ ଡିଏସପି ଓ ୧୦ ଇନସ୍ପେକ୍ଟର ସାମିଲ ହୋଇଛନ୍ତି ।

Leave A Reply

Your email address will not be published.