ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ପୁରୁଣା ବାଲେଶ୍ଵର ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ: ବିପୁଳ ପରିମାଣରେ ମାଦକ ସାମଗ୍ରୀ ଜବତ, ୨ ଗିରଫ

ବାଲେଶ୍ଵର: ମଦର ବେଆଇନ କାରବାର ଉପରେ ରୋକ ଲଗାଇବା ପାଇଁ ଆଜି ପୁରୁଣା ବାଲେଶ୍ଵର ଅଞ୍ଚଳରେ ଅବକାରୀ ବିଭାଗ ଓ ପୁଲିସ ତରଫରୁ ମିଳିତ ଭାବେ ଏକ ବଡ଼ ଧରଣର  ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ୭୦୦୦ ଲିଟରରୁ ଅଧିକ ପୋଚ୍ ନଷ୍ଟ କରାଯିବା ସହ ୧୨,୦୦୦ ଲିଟର ଦେଶୀ ମଦ ତଥା ବିଭିନ୍ନ ସାମଗ୍ରୀ ଓ ମଦ ତିଆରି ଯନ୍ତ୍ରପାତି ଜବତ କରାଯାଇଛି। ଏହା ବ୍ୟତୀତ ବିଦେଶୀ ମଦ ୪୦ଟି ବୋତଲ ୧୮୦ ଏମଏଲ, ଦୁଇଟି ୭୫୦ ଏମଏଲର ବୋତଲ ଏବଂ ୧୦ଟି ୬୫୦ ଏମଏଲର ବିୟରକୁ ମିଶାଇ ସମୁଦାୟ ୧୫.୨ ଲିଟର ସହିତ ୧୦୦ଟି ଖାଲି ବୋତଲ ଓ ଠିପି ତଥା ଅନ୍ୟ ସାମଗ୍ରୀ ମଧ୍ୟ ଜବତହୋଇଛି। ଏନେଇ ଓଡିଶା ଏକ୍ସାଇଜ୍ ଆକ୍ଟ ଧାରା ୫୨(କ) ଦଫା ଲଗାଇ ଚାନ୍ଦିପୁର ଥାନାରେ ୨୫ ଜଣକ ନାମରେ ୪ ଟି ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରୁ ୨ ଜଣକୁ ଗିରଫ କରାଯାଇଛି।

ପ୍ରକାଶଯୋଗ୍ୟ ଯେ, ଏହାପୂର୍ବରୁ ମଧ୍ୟ ଅର୍ଥାତ୍ ଜୁନ ୨୩ ତାରିଖରେ ସେହି ପୁରୁଣା ବାଲେଶ୍ଵର ଅଞ୍ଚଳରେ ବଡ଼ ଧରଣର ଏକ୍ସାଇଜ ଚଢ଼ାଉ କରାଯାଇ ୫୦୦୦୦ ଲିଟରରୁ ଅଧିକ ପୋଚ ଏବଂ ୫୦୦୦ ଲିଟର ଦେଶୀ ମଦ ଜବତ କରାଯିବା ସହ ଚାନ୍ଦିପୁର ଥାନାରେ ପାଞ୍ଚଟି ମାମଲା ରୁଜୁ କରାଯାଇଥିଲା।

Leave A Reply

Your email address will not be published.