ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅବକାରୀ କନଷ୍ଟେବଳଙ୍କୁ ଆକ୍ରମଣ କରି ଚୋରା ମଦ ଓ ବେପାରୀକୁ ଛଡ଼ାଇ ନେଲେ ଦୁର୍ବୃତ୍ତ

ବାଲେଶ୍ୱର: ବାଲେଶ୍ଵର ଜିଲ୍ଲା ଖଇରା ଥାନା ତୁଡିଗଡ଼ିଆ ଠାରେ କେନ୍ଦ୍ରାଞ୍ଚଳ ଅବକାରୀ ସ୍କ୍ବାର୍ଡର କନଷ୍ଟେବଳଙ୍କୁ ଆକ୍ରମଣ କରି ଜବତମଦ ସହ ଗିରଫ ମଦ ବେପାରିକୁ ଛଡାଇ ନେଇଗଲେ ମଦ ମାଫିଆଙ୍କ ଗୁଣ୍ଡାମାନେ। ଆକ୍ରମଣର ଶିକରା ହେଇଥିବା କନେଷ୍ଟବଳ ଜଣଙ୍କ ହେଲେ ବସନ୍ତ ମଲ୍ଲିକ। ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର ଆଇଆଇସି ସତ୍ୟଜିତ ଖଟୁଆଙ୍କ ନେତୃତ୍ୱରେ ଗତ ମଙ୍ଗଳବାର ଦିନ ସନ୍ଧ୍ୟାରେ ଅବକାରୀ ପୁଲିସ ଖଇରା ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ଖଇରା ମହତପୁର ରାସ୍ତାରେ ସ୍କୁଟିରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଅବକାରୀ ପୁଲିସ ଅଟକାଇ ତନଖି ନେବାରୁ ସ୍କୁଟିରୁ ୨୦ଲିଟର ଦେଶିମଦ ବାହାରିଥିଲା। ମଦ ଓ ସ୍କୁଟିକୁ ଜବତ କରିବା ସହ ଚୋରା ମଦ ବେପାରିକୁ ଗିରଫ କରିଥିଲେ। ଅଧିକାରୀଙ୍କ ସମେତ ଅନ୍ୟ ଅବକାରୀ ପୁଲିସ ଗାଡ଼ିରେ ବସି ଆଗେଆଗେ ଯାଉଥିବା ବେଳେ କନେଷ୍ଟବଳ ବସନ୍ତ ମଲ୍ଲିକ ଜବତ ସ୍କୁଟିରେ ଗିରଫ ହେଇଥିବା ଚୋରା ମଦବେପାରି ଚଇତାକୁ ବସାଇ ପଛେପଛେ ଯାଉଥିଲେ।

ତେବେ ତୁଡିଗଡ଼ିଆ ବଜାର ଶେଷ ମୁଣ୍ଡରେ ୮ରୁ ୧୦ ଜଣ ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ବସନ୍ତଙ୍କୁ ଆକ୍ରମଣ କରି ଜବତ ମଦ ଓ ଗିରଫ ଚୋରା ମଦବେପାରି ଚଇତାକୁ ଛଡାଇ ନେଇଯାଇଥିବା ଜଣାଯାଇଛି। ଖବରପାଇ ଅବକାରୀ ଅଧିକାରୀ ଘଟଣାସ୍ଥଳରୁ ଗୁରୁତ୍ତର କନେଷ୍ଟବଳ ବସନ୍ତକୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟଡ଼ାକ୍ତରଖାନାକୁ ଆଣି ଭର୍ତ୍ତି କରାଇଥିଲେ।ତେବେ ଚୋରା ମଦ ବେପାରୀ ଚଇତା ଗିରଫ ହେବା ଖବର ପାଇ ସମ୍ପୃକ୍ତ ଅଂଚଳର ମୂଖ୍ୟ ମଦମାଫିଆ ନଦିଗାଁ ଗ୍ରାମର କାଳିଆ କେତେଜଣ ଭଡାଟିଆ ଗୁଣ୍ଡାକୁ ପଠାଇ ଅବକାରୀ କନେଷ୍ଟବଳ ବସନ୍ତକୁ ଆକ୍ରମଣ କରି ଚଇତା କୁ ଛଡାଇ ନେଇଯାଇଥିବା ସମ୍ପୃକ୍ତ ବିଭାଗ ସୂତ୍ରରୁ ଜଣାଯାଇଛି।ଏବାବଦରେ ଅବକାରୀ ପୁଲିସ ପକ୍ଷରୁ ଖଇରା ଥାନାରେ ଏତଲା ଦିଆଯାଇଛି।ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।ହେଲେ କେହି ଗିରଫ ହେଇନଥିବା ଜଣାଯାଇଛି।

Leave A Reply

Your email address will not be published.