ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ORHDC ଦୁର୍ନୀତି ମାମଲା : ପୂର୍ବତନ ଆଇ.ଏ.ଏସ୍ ବିନୋଦ କୁମାରଙ୍କ ସହ ୫ ଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲ୍‌ଦଣ୍ଡ ଶୁଣାଇଲେ ଭିଜିଲାନ୍ସର ସ୍ୱତନ୍ତ୍ର ଜଜ୍

ଭୁବନେଶ୍ବର : ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମ(ORHDC) ଦୁର୍ନୀତି ମାମଲାରେ ପୂର୍ବତନ ଆଇ.ଏ.ଏସ୍ ବିନୋଦ କୁମାରଙ୍କୁ ଷଷ୍ଠ ଥର ପାଇଁ ସଜା ଣୁଣାଇଛନ୍ତି ଭିଜିଲାନ୍ସ ସ୍ପେଶାଲ ଜଜ୍‌। ୩ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡ ସହ ତାଙ୍କୁ ୫୦ ହଜାର ଟଙ୍କାର ଜରିମାନା କରାଯାଇଛି । ଜରିମାନା ଅନାଦେୟ କଲେ ଆଫ ୬ ମାସ ଲେଖାଁଏ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ଭିଜିଲାନ୍ସର ସ୍ୱତନ୍ତ୍ର ଜଜ୍ ।

ଓଆରଏଚଡିସିର ପରିଚାଳନା ନିର୍ଦ୍ଦେଶକ ଥିଲେ ବିନୋଦ କୁମାର । ତାଙ୍କ ସହ ସ୍ୱସ୍ତିରଞ୍ଜନ ମହାପାତ୍ର, ଉମେଶ ଚନ୍ଦ୍ର ସ୍ୱାଇଁ, ରଶ୍ମି ପଟ୍ଟନାୟକ, ରତନ କୁମାର ସାହୁଙ୍କୁ କୋର୍ଟ ଦଣ୍ଡିତ କରିଛନ୍ତି । ପୂର୍ବରୁ ୫ ଥର ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି ଆଇଏଏସ ଅଧିକାରୀ ବିନୋଦ କୁମାର । ୨୦୦୦-୦୧ ଯାଏ ସେ ଓଆରଏଚଡିସିର ପରିଚାଳନା ନିର୍ଦ୍ଦେଶକ ରହିଥିଲେ ବିନୋଦ କୁମାର ।

ସୂଚନା ଥାଉକି ଏହି ଦୁର୍ନୀତି ମାମଲାରେ ଗତବର୍ଷ ସେପ୍ଟେମ୍ୱର ୨୯ ତାରିଖରେ ଭିଜିଲାନ୍ସ କୋର୍ଟ ଏକ ରାୟ ପ୍ରକାଶ କରିଥିଲେ । କଟକ ସଦର ବିଧାୟକ ତଥା ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ମୋକିମ୍‌ଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଥିଲେ କୋର୍ଟ ।ଏହି ସମସ୍ତ ଅଭିଯୁକ୍ତଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଲାଗୁ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ଏହି ମାମଲାରେ ମୋକିମ, ବିନୋଦ ଓ ପୀୟୂଷଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଥିଲା ।

ସୂଚନାଯୋଗ୍ୟ ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ରାଜ୍ୟ ସରକାର ବରିଷ୍ଠ ଆଇ.ଏ.ଏସ୍ ଅଫିସର ତଥା ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିନୋଦ କୁମାରଙ୍କୁ ୨୦୨୨ ବର୍ଷ ଫେବୃ୍ଆରୀ ୨ ତାରିଖରେ ଚାକିରୀରୁ ବରଖାସ୍ତ କରିଥିଲେ। ଶ୍ରୀ କୁମାରଙ୍କୁ ଚାକିରୀ ରୁ ବରଖାସ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବରେ କେନ୍ଦ୍ର ସରକାର ମଧ୍ୟ ସମ୍ମତି ପ୍ରଦାନ କରିଥିଲେ।  ଶ୍ରୀ କୁମାର ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ସମୟରେ ମହାବାତ୍ୟା ପରେ ପରେ ବିଭିନ୍ନ ନକଲି ଫାର୍ମ ତଥା ବ୍ୟକ୍ତିଙ୍କ ପ୍ରତି ଅନୁଚିତ ଅନୁଗ୍ରହ ପ୍ରଦାନ କରି ୩୩ କୋଟି ୩୪ ଲକ୍ଷ ଟଙ୍କା ବେଆଇନ ଭାବେ ମଂଜୁର କରିଥିଲେ । ଯାହାଦ୍ବାରା କି ରାଜ୍ୟ ସରକାରଙ୍କର ବିପୁଳ ଆର୍ଥିକ କ୍ଷତି ହୋଇଥିଲା । ସେଥିପାଇଁ ଶ୍ରୀ କୁମାରଙ୍କ ବିରୁଦ୍ଧରେ ଓଡିଶା ସରକାର ୨୭ଟି ଭିଜିଲାନ୍‌ସ କେସ୍‌ ଦାୟର କରିଥିଲେ । ତନ୍ମଧ୍ୟରୁ ସେହିସମୟରେ ଦୁଇଟି କେସ୍‌ରେ ଶ୍ରୀ କୁମାର ଦୋଷୀ ସାବସ୍ତ ହୋଇଥିଲେ। ଦୁର୍ନୀତି ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେଉଥିବା ରାଜ୍ୟ ସରକାରେ ସେହି ସମୟରେ ତାଙ୍କୁ ଚାକିରୀରୁ ବରଖାସ୍ତ କରିଥିଲେ।

Leave A Reply

Your email address will not be published.