ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା : ୪ ଥରର ମୁଖ୍ୟମନ୍ତ୍ରୀଙ୍କୁ ୪ ବର୍ଷ ଜେଲ୍‌ ଓ ୫୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟ ଶୁକ୍ରବାର ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପି ଚୌତାଲାଙ୍କୁ ଚାରି ବର୍ଷ ଜେଲ ଦଣ୍ଡ ଓ ୫୦ ଲକ୍ଷ ଟଙ୍କାର ଆର୍ଥିକ ଜରିମାନାରେ ଦଣ୍ଡିତ କରିଛନ୍ତି।ଏଥି ସହିତ ଚୌତାଲାଙ୍କ ଚାରୋଟି ସମ୍ପତ୍ତି ଜବତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ୮୭ ବର୍ଷୀୟ ଚୌତାଲାଙ୍କୁ ମେ’ ୨୧ ତାରିଖରେ ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟ ବେଆଇନ ଭାବେ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି କୋର୍ଟ ତାଙ୍କୁ ଦଣ୍ଡ ବିଧାନ କରିଛନ୍ତି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ଏହି ମାମଲାରେ ଅଦାଲତରେ ଦାଖଲ କରାଯାଇଥିବା ଚାର୍ଜସିଟ୍‌ ଅନୁଯାୟୀ, ଚୌତାଲା ୧୯୯୩ ରୁ ୨୦୦୬ ମଧ୍ୟରେ ତାଙ୍କର ବୈଧ ଆୟ ଠାରୁ ଅଧିକ ଆୟ କରିଥିବା ଅଭିଯୋଗରେ ୬.୦୯ କୋଟି ଟଙ୍କା ମୂଲ୍ୟର ଆୟ ବହିର୍ଭୂତ ସମ୍ପତ୍ତି ସଂଗ୍ରହ ପାଇଁ ଦାୟୀ।

ମେ ୨୦୧୯ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନୂଆଦିଲ୍ଲୀ, ପଞ୍ଚକୁଲା ଏବଂ ସିରସାରେ ଅବସ୍ଥିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଚୌତାଲାଙ୍କ ୩.୬ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ବାଜ୍ୟାପ୍ତ କରିଥିଲା। ୨୦୦୮ରେ ହୋଇଥିବା ଜେବିଟି ଘୋଟାଲାରେ ମଧ୍ୟ ତାଙ୍କୁ ଜାନୁଆରି ୨୦୧୩ରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ୧୯୯୯ରୁ ୨୦୦୦ ମଧ୍ୟରେ ହରିୟାଣାରେ ୩,୨୦୬ ଜଣ କନିଷ୍ଠ ମୌଳିକ ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତି ମାମଲାରେ ମଧ୍ୟ ଚୌତାଲା ଏବଂ ଅନ୍ୟ ୫୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ୨୦୧୩ରେ ଏକ ଅଦାଲତ ଆଇପିସି ଏବଂ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ବ୍ୟବସ୍ଥା ଅନୁଯାୟୀ ଓମ ପ୍ରକାଶ ଚୌତାଲା ଏବଂ ତାଙ୍କ ପୁଅ ଅଜୟ ସିଂ ଚୌତାଲାଙ୍କୁ ଦଶ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ।ତେବେ ୨୦୨୧ ଜୁଲାଇରେ ଚୌତାଲା ସଜା କାଟି ଜେଲରୁ ମୁକୁଳିଥିଲେ।

Leave A Reply

Your email address will not be published.