ନିଖୋଜ ଥିବା ପୂର୍ବତନ ବିଧାୟକ ସରୋଜ ପାଢୀ ଠାବ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ଆଜି ବ୍ରହ୍ମପୁରରୁ ଉଦ୍ଧାର ହୋଇଛନ୍ତି। ସେ ନିଖୋଜ ହେବାର ୫ ଦିନ ପରେ କମିସରେଟ ପୁଲିସ ଦ୍ବାରା ଉଦ୍ଧାର ହୋଇଥିବା ଜଣାଯାଇଛି। ତାମିଲନାଡୁର ରାମେଶ୍ବରମ୍‌ ଠାରୁ ଆସି ବ୍ରହ୍ମପୁରରେ ପହଞ୍ଚିବା ପରେ ଶ୍ରୀ ପାଢ଼ୀଙ୍କୁ କମିସନରେଟ ପୁଲିସ ଠାବ କରିଥିଲା। ତାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଅଣାଯାଉଥିବା ଜଣାପଡ଼ିଛି। ସରୋଜ ପାଢ଼ୀ ଉଦ୍ଧାର ନେଇ କ୍ୟାପିଟାଲ ଥାନାର ଆଇଆଇସି ସୂଚନା ଦେଇଛନ୍ତି। ଗତ ୧୨ ତାରିଖରୁ ନିଖୋଜ ହେବା ନେଇ ଅଭିଯୋଗ ହୋଇଥିଲା । ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ପରିବାର ।

ସୂଚନା ଅନୁଯାୟୀ, ସେ ଗତ ୧୨ ତାରିଖରୁ ଭୁବନେଶ୍ୱର ୟୁନିଟ-୬ ସ୍ଥିତ ଘରକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ଘର ଲୋକେ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ହେଲେ କୌଣସି ସୁଫଳ ମିଳିନଥିଲା । ଶେଷରେ ପୁଅ ଥାନାରେ ଏତଲା ଦେଇଥିଲେ ।

Leave a comment