ଥରେ ପିଜା ଖାଇଲେ ୩୬ ମିନିଟ୍ କମୁଛି ଆୟୁଷ

ୱାଶିଂଟନ: ପିଜା ଖାଇବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଖରାପ ଖବର ଆସିଛି। ପିଜାର ଲୋଭ ଲୋକଙ୍କ ଆୟୁଷକୁ କମ୍ କରିଦେଉଛି। ଥରେ ହଟ୍ ଡଗ୍ ପିଜା ଖାଇଲେ ୩୬ ମିନିଟ୍ ଆୟୁଷ କମ୍ ହେଉଛି। ସେହିପରି ଥରେ ପିଜା ଖାଉଥିବା ବ୍ୟକ୍ତିଙ୍କ ଆୟୁଷ ମଧ୍ୟ ୮ ମିନିଟ୍ ହ୍ରାସ ପାଉଛି। ଖାଦ୍ୟ ଅଭ୍ୟାସ୍କୁ ନେଇ ଅଧ୍ୟୟନ କରୁଥିବା ଆମେରିକାର ମିସିଗାନ ୟୁନିଭର୍ସିଟି ଏହି ରିପୋର୍ଟ ପ୍ରକାଶ କରିଛି। ଏହି ଗବେଷଣାରେ ଅଲଗା ଅଲଗା ଖାଦ୍ୟ ପଦାର୍ଥ ଏବଂ ମନୁଷ୍ୟ ଜୀବନ ଉପରେ ପଡୁଥିବା ଏହାର ପ୍ରଭାବର ଅଧ୍ୟୟନ କରାଯାଇଥିଲା।
ଏଥିରେ ପିଜା, ହଟ୍ ଡଗ୍, ପ୍ରୋସେସ୍ଡ ମିଟ୍, ବିଫ୍, ଚିଙ୍ଗୁଡି, ପୋର୍କ ମିଟ୍, ଚିଜ୍ ବର୍ଗର, ଆଇସ୍କ୍ରିମ ଏବଂ ଚକୋଲେଟ ଭଳି ପ୍ରାୟ ୫ ହଜାର ୮୦୦ ଖାଦ୍ୟ ପଦାର୍ଥକୁ ସାମିଲ କରାଯାଇଥିଲା। ଏହି ରିପୋର୍ଟ ‘ନେଚର୍ ଫୁଡ୍’ ପତ୍ରିକାରେ ପ୍ରକାଶ ପାଇଛି। ଏହା ଅନୁଯାୟୀ ଥରେ ପିଜା ଖାଇଲେ ୮ ମିନିଟ୍ ଆୟୁଷ ହ୍ରାସ ପାଇପାରେ। ସେହିପରି ହଟ୍ ଡଗ୍ ଖାଇଲେ ଆୟୁଷ ୩୬ ମିନିଟ୍ କମିପାରେ। ସେହିପରି ପ୍ରୋସେସ୍ଡ ମିଟ୍ ଖାଇଲେ ୨୬ ମିନିଟ୍, ଚିଜ୍ ବର୍ଗର ୯ ମିନିଟ୍, ସଫ୍ଟ ଡ୍ରିଙ୍ଗ ପିଇଲେ ୧୩ ମିନିଟ୍ ଆୟୁଷ୍ ହ୍ରାସ ପାଇପାରେ। ସେହିପରି ଥରେ ଅଭୋକାଡୋ ଖାଇଲେ ୧.୫ ମିନିଟ୍, ଟାମାଟୋ ୪ ମିନିଟ୍, କଦଳୀ ଏବଂ ବେକ୍ଡ ସେଲମାନ ଫିସ୍ ଖାଇଲେ ୧୩. ୫ ମିନିଟ, ପନିର ବଟର ଖାଇଲେ ୩୩ ମିନିଟ୍ ଆୟୁଷ ବଢ଼ିପାରେ। ସୂଚନାଯୋଗ୍ୟ ଯେ ପୂର୍ବରୁ ଥରେ ସିଗାରେଟ୍ ଟାଣିଲେ ୧୧ ମିନିଟ୍ ଆୟୁଷ ହ୍ରାସ ପାଏ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା।