ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୁଇ ଡୋଜ ଟିକା ନେବା ପରେ ବି ପଜିଟିଭ୍, ଭୁବନେଶ୍ୱରରେ ଟିକା ନେଇ କରୋନାରେ ସଂକ୍ରମିତ ହୋଇଛନ୍ତି ୪୦ ପ୍ରତିଶତ

ଭୁବନେଶ୍ୱର: କୋଭିଡ ଟିକା ନେଇ ମଧ୍ୟ ସଂକ୍ରମିତ ହାର କମିନି । ରାଜଧାନୀ ଭୁବନେଶ୍ୱର ରେ କରୋନା ସଂଖ୍ୟା କମୁନଥିବା ବେଳେ ଏକ ଚିନ୍ତା ଜନକ ଦିଗ ସାମ୍ନାକୁ ଆସିଛି । ଦୁଇ ଡୋଜ ଟିକା ନେଇ ସାରିଥିବା ୪୦ ପ୍ରତିଶତ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ଓ ସେଥିରୁ ୫ ପ୍ରତିଶତ ଲୋକଙ୍କୁ ହସ୍ପିଟାଲ ଯିବାକୁ ପଡିଛି ।ଗୋଟେପଟେ କୋଭିଡ ଭ୍ୟାକ୍ସିନ ସୁରକ୍ଷିତ ବୋଲି ମତ ପ୍ରକାଶ କରୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଅନ୍ୟପଟେ ଟିକା ନେଇଥିବା ଲୋକେ ହିଁ ସଂକ୍ରମିତ ହେବା ରିପୋର୍ଟ ସଭିଙ୍କୁ ଆଶ୍ଚର୍ୟ୍ୟ କରିଛି ।

ମିଳିଥିବା ସୂଚନା ମୁତବାକ ଭୁବନେଶ୍ୱରରେ ପ୍ରଥମ ଡୋଜ କରୋନା ଟିକା ନେଇଥିବା ଲୋକଙ୍କୁ ମଧ୍ୟରୁ ସଂକ୍ରମିତ ହୋଇଛନ୍ତି ୧ ହଜାର ୮୯୦ ଜଣ । ସେହିପରି ଟିକାର ୨ଟି ଡୋଜ ନେଇ ସଂକ୍ରମିତ ହୋଇଛନ୍ତି ୨ହଜାର ୫୨୭ଜଣ । କୁହଯାଉଛି ଟିକାର ୨ଟି ଡୋଜ ନେବା ପରେ ୧୪ ଦିନ ବ୍ୟବଧାନରେ ଆଂଟିବଡ଼ି ବା ପ୍ରତିରୋଧ ଶକ୍ତି ସୃଷ୍ଟି ହେବ । କିନ୍ତୁ ଭୁବନେଶ୍ୱରରେ ୨ଟି ଡୋଜ ନେଇ ମଧ୍ୟ ୧୪ ଦିନ ପରେ ସଂକ୍ରମିତ ହୋଉଛନ୍ତି ୧ ହଜାର ୭୦୫ଜଣ ।

ସେହିପରି ଚିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୫ ପ୍ରତିଶତଙ୍କ ଠାରେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଛି । କିନ୍ତୁ ସବୁଠୁ ଆଶ୍ୱସ୍ତିକର ଖବର ହେଉଛି, ଦୁଇଟି ଡୋଜ ନେଇଥିବା ଅଧିକାଂଶ ବ୍ୟକ୍ତିଙ୍କ ଠାରେ କୌଣସି କୋଭିଡ ଲକ୍ଷଣ ଦେଖାଯାଇନି କିମ୍ବା ହୋଇନାହିଁ । ତେଣୁ ଟିକା କେଉଁଠି ନା କେଉଁଠି ସଫଳ ପ୍ରଭାବ ପକାଇଛି । କିନ୍ତୁ ସଂକ୍ରମିତ ସଂଖ୍ୟା କମାଇବାରେ ସେତେଟା ଫଳପ୍ରଦ ହୋଇନଥିବା ବିଏମସି ରିପୋର୍ଟରୁ ଜଣାପଡ଼ିଛି ।

Leave A Reply

Your email address will not be published.